TOP STORIESଦେଶ- ବିଦେଶରାଜନୀତି

ସୁପ୍ରିମକୋର୍ଟରେ ‘ବନ୍ଦେ ମାତରମ୍’ ମାମଲା

ସୁପ୍ରିମକୋର୍ଟରେ ‘ବନ୍ଦେ ମାତରମ୍’ ମାମଲା

ନକ୍ସଲଙ୍କ ନୀତି ଅନୁଯାୟୀ ଆଇନ ତିଆରି ହୋଇପାରିବନି: ଏସଜି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୦୯-୨୦୨୬(ବି .ଏନ .ଓ ) : ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ ଗାନ ଓ ଏହାର ଆଇନଗତ ବାଧ୍ୟବାଧକତା ସମ୍ପର୍କିତ ମାମଲା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ (ଏସ୍ଜି) ତୁଷାର ମେହେଟ୍ଟା ଓ ବରିଷ୍ଠ ଆଇନଜୀବୀ ଏସ୍. ମୁରଲୀଧରଙ୍କ ମଧ୍ୟରେ ଜୋରଦାର ବାକ୍ଯୁଦ୍ଧ ହୋଇଛି। କର୍ଣ୍ଣାଟକ ସଙ୍ଗୀତଜ୍ଞ ଟିଏମ୍ କୃଷ୍ଣଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି ଚାଲିଥିବା ବେଳେ ତୁଷାର ମେହେଟ୍ଟା କହିଥିଲେ ଯେ ‘ନକ୍ସଲମାନଙ୍କ ନୀତି କିମ୍ବା ଚିନ୍ତାଧାରା ଅନୁସାରେ ଦେଶରେ ଆଇନ ପ୍ରଣୟନ କରାଯାଇପାରିବ ନାହିଁ।’ ଆବେଦନକାରୀ ଟିଏମ୍ କୃଷ୍ଣଙ୍କ ପକ୍ଷରୁ ମାମଲା ଲଢୁଥିବା ମୁରଲୀଧର ଏହି ‘ନକ୍ସଲ’ ଶବ୍ଦ ବ୍ୟବହାରକୁ ନେଇ ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ, ସରକାରୀ ଆଇନଜୀବୀଙ୍କଠାରୁ ଏପରି ବକ୍ତବ୍ୟ ଆଶା କରାଯାଏ ନାହିଁ। ଶୀର୍ଷକୋର୍ଟଙ୍କ ମର୍ଯ୍ୟାଦା ରକ୍ଷା କରି ଏହି ଶବ୍ଦକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି କରିଥିଲେ। ମାତ୍ର ମେହେଟ୍ଟା ଶବ୍ଦ ପ୍ରତ୍ୟାହାର କରିବାକୁ ମନା କରିବା ସହ କହିଥିଲେ ଯେ ଆଇନ କେବଳ ସମ୍ବିଧାନ ଅନୁସାରେ ତିଆରି ହୋଇଥାଏ। ବନ୍ଧୁକ କିମ୍ବା ହିଂସାରେ ବିଶ୍ୱାସ ରଖୁଥିବା ଏବଂ ଆଇନକୁ ଅସମ୍ମାନ କରୁଥିବା ନକ୍ସଲପନ୍ଥୀ ଚିନ୍ତାଧାରା ଅନୁସାରେ ନୁହେଁ। ଏହି ମନ୍ତବ୍ୟ କୌଣସି ବ୍ୟକ୍ତିଗତ ଆକ୍ଷେପ ନୁହେଁ ବୋଲି ସେ କହିଥିଲେ। ମାମଲାର ଶୁଣାଣି କରୁଥିବା ପୀଠର ମୁଖ୍ୟ ତଥା ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଦୁଇ ଆଇନଜୀବୀଙ୍କ ଯୁକ୍ତିରେ ହସ୍ତକ୍ଷେପ କରିବାରୁ ଏହା ପ୍ରଶମିତ ହୋଇଥିଲା। ପୀଠର ଅନ୍ୟତମ ବିଚାରପତି ଜୟମାଲ୍ୟ ବାଗ୍ଚୀ କହିଥିଲେ ଯେ ଏହି ଯୁକ୍ତିତର୍କ ଅଯଥା ଉତ୍ତେଜନା ଓ ଭାବାବେଗ ସୃଷ୍ଟି କରୁଛି। ମାମଲାର ଆଇନଗତ ଦିଗ ଉପରେ ହିଁ କେବଳ ବିଚାର କରାଯିବ। ସେ କହିଥିଲେ ଯେ ଜଣଙ୍କୁ ନକ୍ସଲ ବୋଲି ଅଖ୍ୟା ଦିଆଯିବା ପରେ ସେ ତା’ର ସାମ୍ବିଧାନିକ ଅଧିକାର ହରାଇ ନଥାଏ। ପରେ ପୀଠ କୃଷ୍ଣଙ୍କ ଆବେଦନ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ।

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *