ସାମ୍ବାଦିକ ବିଜୟ କୁମାର ମହାନ୍ତଙ୍କ ଦୁର୍ଘଟଣା :ଆସୁଆରୋଗ୍ୟ କାମନା କଲେ ପାଟଣା ସାମ୍ବାଦିକ ସଂଘ

ସାମ୍ବାଦିକ ବିଜୟ କୁମାର ମହାନ୍ତଙ୍କ ଦୁର୍ଘଟଣା :ଆସୁଆରୋଗ୍ୟ କାମନା କଲେ “ମିଡ଼ିଆ ହାଉସ ସଂଘ”

ପାଟଣା – ୧୩-୦୬-୨୦୨୬(ବି.ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପୋଷି ପଂଚାୟତର ଖୁଣ୍ଟାପଡା ଗ୍ରାମର ସାମ୍ବାଦିକ ବିଜୟ କୁମାର ମହାନ୍ତଙ୍କର ବୁଧବାର ଦିନ ପାଟଣା “ମେଗା ଷ୍ଟିଲପ୍ଲାଣ୍ଟ ” ପାଇଁ ଖବର ସଂଗ୍ରହ କରିବା ନିମନ୍ତେ ଯମୁନାପଶି ପଂଚାୟତର କୋଡଖମନ ଗ୍ରାମରେ ହେଉଥିବା ଗ୍ରାମସଭାକୁ ଯାଇଥିଲେ | ସେଠାରୁ କାମସାରି ଫେରୁଥିବା ସମୟରେ,ରାଇକଳା ଗ୍ରାମ କ୍ରସର ନିକଟ ବାଙ୍କରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ସ୍ଥାନୀୟ ଲୋକେ ଯଥା ଶୀଘ୍ର ତାଙ୍କୁ ନେଇ କେନ୍ଦୁଝରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରିଥିଲେ |ସେଥିରେ ତାଙ୍କର ବାମ ଗୋଡ ଭାଙ୍ଗି ଯାଇଛି | ସେ “ମିଡ଼ିଆ ହାଉସ” ପାଟଣାର ଜଣେ ଆଗ ଧାଡିର ସାମ୍ବାଦିକ ଭାବେ ପରିଚିତ | ମିଡ଼ିଆ ହାଉସ ସଂଘର ସମସ୍ତ କର୍ମକର୍ତା ତଥା, ଜନସାଧାରଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *