‘ମୋ ଗାଁ ମୋ ପରିବାର’ର ଦ୍ୱିତୀୟ ବୈଠକ ଓ ସମ୍ବର୍ଦ୍ଧନା
‘ମୋ ଗାଁ ମୋ ପରିବାର’ର ଦ୍ୱିତୀୟ ବୈଠକ ଓ ସମ୍ବର୍ଦ୍ଧନା

କଟକ ୧୦-୦୯-୨୦୨୬(ବି .ଏନ .ଓ ) : (ମଳୟ ପରିଜା ) କେଏମସି ୫୬ ନମ୍ବ ନମ୍ବର ୱାର୍ଡ଼ ଅନ୍ତର୍ଗତ ଉତ୍ତମାପୁରର ମୋ ଗାଁ ମୋ ପରିବାର ପକ୍ଷରୁ ଏକ ବୈଠକ ରାଜେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ତନ୍ମୟ ପରିଜା,ସୁଧାଂଶୁ ମାଂଶୁ ପାତ୍ର, ମହେନ୍ଦ୍ର ପଟ୍ଟନାୟକ, ସୌରେନ୍ଦ୍ର ପଟ୍ଟନାୟକ, ମଳୟ ପରିଜା, ଶିଶିର ଚନ୍ଦ୍ର ଦାସ, ଶ୍ରୀ ଚରଣ,ପ୍ରମୁଖ ଯୋଗଦେଇ ଅଞ୍ଚଳର ଉନ୍ନତି ଓ ଏଠାରେ ସ୍ଥାୟୀଭାବେ ବସବାସ କରୁଥିବା ବହିରାଗତ ଗତ ପରିବାର ସହ ସୁସମ୍ପର୍କ ରକ୍ଷା କରି କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା। ଗାୟକ ଶ୍ରୀଚରଣ ମହାନ୍ତି ଉତ୍ତମାପୁର ବିଷୟରେ ସଙ୍ଗୀତ ଗାନ କରିଥିଲାବେଳେ ବେଳେ ଏସିପି ଅମିତାଭ ମହାପାତ୍ର, ରାଜ୍ୟ ଚେସ୍ ସଂଘ ସଭାପତି । ସତ୍ୟରଞ୍ଜନ ପଟ୍ଟନାୟକ, ସଂଗ୍ରାମ ବିଶ୍ଵାଳ ଓ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ସମେତ ଅମଳେନ୍ଦୁ ମହାନ୍ତି, ଦେବାଶିଷ ହାଜରା, ଇଂ. ଅଦ୍ଵୈତ ପାତ୍ର, ବିଶ୍ଵନାଥ ବେଉରା, ଡା. ବ୍ରଜକିଶୋର ନାୟକ ଓ ବାଉରୀବନ୍ଧୁ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ “ମୋ ଗାଁ -ମୋ ପରିବାର “ର ସମସ୍ତ ସଦସ୍ୟ ଏବଂ ସାମ୍ବାଦିକଙ୍କୁ ସମ୍ମାନ ସ୍ୱରୂପ ଉତ୍ତରୀ ପ୍ରଦାନ କରାଯାଇଥିଲା l

