ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ସମାରୋହ ଉତ୍ସବ
ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ସମାରୋହ ଉତ୍ସବ
ପାଟଣା -୨୩-୦୮-୨୦୨୬(ବି. ଏନ. ଓ ) (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ସମାରୋହ ଉତ୍ସବ ଏକ ଗରିମାମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ମାନନୀୟ “ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ” ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଭଗବତ ପ୍ରସାଦ ସାହୁ ଉପସ୍ଥିତ ରହି ନିଜର ମୂଲ୍ୟବାନ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।ଏହା ସହିତ ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତ୍ତ ରଞ୍ଜନ ମହାନ୍ତ ଅତିଥିଙ୍କ ପରିଚୟ କରିଥିବା ବେଳେ ଉତ୍ତର ସମ୍ଭାଗ ସଂଯୋଜକ ରାହାସ ବିହାରୀ ମହାପାତ୍ର ଜ୍ଞାନ ବିଜ୍ଞାନ ମେଳାର ବୃତ୍ତ କଥନ କରିଥିଲେ । କେନ୍ଦୁଝର ବିଭାଗ ନିରୀକ୍ଷକ ସୁବ୍ରତ ମୁଖାର୍ଜୀ ଏବଂ ସହ-ବିଭାଗ ନିରୀକ୍ଷକ ଭାଗବତ ମହାଳିକ ପ୍ରମୁଖଙ୍କ ଗରିମାମୟ ଉପସ୍ଥିତିରେ ସମାରୋହ ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା।ଜ୍ଞାନ ବିଜ୍ଞାନ ମେଳା ରେ ବିଭିନ୍ନ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇ ଭଉଣୀ ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ସମିତି ଓ ମାତୃଭାରତୀର ସମସ୍ତ ମା ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ସେବିକାଙ୍କ ସହଯୋଗ ରେ କାର୍ଯ୍ୟଟି ସଫଳତାର ସହ ସମାପ୍ତ ହୋଇଥିଲା ।

