ପଶ୍ଚିମବଙ୍ଗ ବିଜେପି ପକ୍ଷରୁ “ରାଧାକାନ୍ତ ମହାନ୍ତ “ଙ୍କୁ ସମ୍ମାନପତ୍ର
ପଶ୍ଚିମବଙ୍ଗ ବିଜେପି ପକ୍ଷରୁ “ରାଧାକାନ୍ତ ମହାନ୍ତ “ଙ୍କୁ ସମ୍ମାନପତ୍ର
ପାଟଣା-୨୩-୦୭-୨୦୨୬ (ବି .ଏନ .ଓ ) 🙁 ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ବାସିନ୍ଦା ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ କାର୍ଯ୍ୟକାରେଣି ସଦସ୍ୟ ରାଧାକାନ୍ତ ମହାନ୍ତଙ୍କୁ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏକ ସମ୍ମାନ ପତ୍ର ପ୍ରଦାନ କରାଯାଇଛି। ଦଳ ପାଇଁ ଦୀର୍ଘ ବର୍ଷ ଧରି କରିଆସୁଥିବା ସାଂଗଠନିକ କାର୍ଯ୍ୟ, ନିଷ୍ଠା ଓ ପରିଶ୍ରମକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସମ୍ମାନ ପତ୍ରରେ ଉଲ୍ଲେଖ ରହିଛି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଶ୍ରୀ ମହାନ୍ତ ବିଭିନ୍ନ ଦୁର୍ଗମ ଓ ଗ୍ରାମାଞ୍ଚଳରେ ରହି ଦଳର ବିଚାରଧାରାକୁ ମତଦାତାଙ୍କ ନିକଟରେ ପହଞ୍ଚାଇବା ସହ ସଂଗଠନକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ। ନିର୍ବାଚନ ସମୟରେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ସାଂଗଠନିକ ଦକ୍ଷତାକୁ ଦଳ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ପତ୍ରରେ ଆହୁରି କୁହାଯାଇଛି ଯେ, ଗ୍ରାମାଞ୍ଚଳରେ ଦୀର୍ଘ ସମୟ ଧରି ରହି ଦଳର ସାଂଗଠନିକ ଭିତ୍ତିକୁ ସୁଦୃଢ଼ କରିବା, ମତଦାତାଙ୍କ ମଧ୍ୟରେ ଦଳର ବିଚାରଧାରା ପହଞ୍ଚାଇବା ଏବଂ ନିର୍ବାଚନୀ ସଫଳତା ପାଇଁ କରିଥିବା ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଆଗାମୀ ଦିନରେ ମଧ୍ୟ ରାଜ୍ୟ ଓ ସଂଗଠନର ବିକାଶ ପାଇଁ ତାଙ୍କର ସହଯୋଗ ଓ ପରାମର୍ଶ ମିଳିବ ବୋଲି ଆଶା ପ୍ରକାଶ କରାଯାଇଛି। ଏହି ସମ୍ମାନ ପତ୍ରରେ ପଶ୍ଚିମବଙ୍ଗ ବିଜେପିର ବର୍ତମାନର ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ, ଶୁଭେନ୍ଦୁ ଅଧିକାରୀ ନିଜ ସହରର ଦକ୍ଷିଣ କାନ୍ତିରେ ରହିଛନ୍ତି, ଅରୁତ କୁମାର ଦାଶ ବର୍ତ୍ତମାନ କୃଷି ମନ୍ତ୍ରୀ ରହିଥିବା ବେଳେ ତାଙ୍କ ସ୍ୱାକ୍ଷର ରହିଛି। ରାଧାକାନ୍ତ ମହାନ୍ତ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ରହି ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ତାଙ୍କୁ ଏହି ସମ୍ମାନ ପତ୍ର ମିଳିବା ପରେ ପାଟଣା ବିଧାୟକଙ୍କ ସମେତ ଅନେକ ବିଜେପି ନେତା ଓ କର୍ମୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି।

