ଜୈବିକ ପ୍ରଣାଳୀରେ ଉନ୍ନତ ମାନର ଚାଷ।
ଜୈବିକ ପ୍ରଣାଳୀରେ ଉନ୍ନତ ମାନର ଚାଷ।
ଢେଙ୍କାନାଳ: BREAKING NEWS ODIA (ନିର୍ମଳ ଗଡ଼ନାୟକ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ଗ୍ରାମର ବିନୟ କୁମାର ସିଂହ ୫୧ ବର୍ଷ ନାମକ ବ୍ୟକ୍ତି ଜୈବିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରି ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି ।ବିନୟ ଆଜକୁ ୨୦ ବର୍ଷ ପୂର୍ବରୁ ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ।ଜୈବିକ ସାର ଓ କୀଟନାଶକ ଔଷଧ ବ୍ୟବହାର କରି ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ଅଞ୍ଚଳ ପାଇଁ ଚର୍ଚ୍ଚିତ ଚେହେରା ସାଜିଛନ୍ତି ।ନିଜ ହାତ ତିଆରିରେ ବ୍ୟବହୃତ ହେଉଥିବା ଜୈବିକ ପ୍ରଣାଳୀରେ ଜିଆଖତ,ପିଆଜଶକ୍ତି , ଜାମୁଫଳ, ମହୁଲରୁ ପ୍ରସ୍ତୁତ ଏନଜାଇମ୍, ବେଲରୁ ପ୍ରସ୍ତୁତ ପଟାସ୍ , ମୃର୍ତ୍ତିକା ଶୋଧକ ନିମନ୍ତେ ସୋରିଷ ପିଡୁଆ, ଲିମ୍ବ ପିଡୁଆ, ଓ ବ୍ରହ୍ମସ୍ତ୍ର ଦ୍ଵାରା ପ୍ରସ୍ତୁତ ପ୍ରଣାଳୀକୁ ଚାଷ କାର୍ଯ୍ୟରେ ବ୍ୟବହୃତ କରାଯାଉଛି ।ଜିଲ୍ଲା ସ୍ତରରେ ନିଜେ ତାଲିମ ନେଇ ଆଜି ନିଜେ ଅଞ୍ଚଳର ଅନ୍ୟ ଚାଷୀଙ୍କୁ ତାଲିମ ଦେବାବାରେ ସହାୟକ ହୋଇଛନ୍ତି।ଯାହାକି ଉନ୍ନତ ମାନର ଚାଷ କାର୍ଯ୍ୟ କରି ଅଞ୍ଚଳପାଇଁ ପ୍ରଂଶସାର ପାତ୍ର ସାଜିଛନ୍ତି ।