ଗୁରୁପୂଜନ ଦିବସରେ ଦୁଇ ବରିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ଗୁରୁପୂଜନ ଦିବସରେ ଦୁଇ ବରିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ପାଟଣା -୩୦-୦୭-୨୦୨୬(ବି .ଏନ .ଓ ) :- (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାନଗିରିଠାରେ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଖିରେଇଟାଙ୍ଗୀରି ମଣ୍ଡଳ ଅଧୀନ ବାଉଁଶୁଳିସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ “ଶ୍ରୀ ଗୁରୁ ପୂଜନ ଦିବସ”ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ମଣ୍ଡଳ ସଭାପତି ମନୋଜ କୁମାର ମହାନ୍ତ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲାଲମୋହନ ମହାନ୍ତ ଏବଂ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୋଳାନାଥ ନାୟକ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନେ ଦୁଇଜଣ ଗୁରୁଜନଙ୍କ ପୂଜାର୍ଚ୍ଚନା କରି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଗୁରୁଙ୍କ ସମ୍ମାନ, ଶିକ୍ଷାର ମହତ୍ତ୍ୱ ଏବଂ ସମାଜ ଗଠନରେ ଶିକ୍ଷକଙ୍କ ଅବଦାନ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ। ଶେଷରେ ଗୁରୁଜନଙ୍କ ସୁସ୍ଥ, ଦୀର୍ଘାୟୁ ଜୀବନ କାମନା କରାଯିବା ସହ ସମସ୍ତେ ଗୁରୁଙ୍କ ଆଦର୍ଶକୁ ଅନୁସରଣ କରି ସମାଜସେବାରେ ନିଜକୁ ସମର୍ପିତ କରିବାକୁ ସଂକଳ୍ପ ନେଇଥିଲେ।

