ଖରିଫ ଚାଷ-୨୦୨୬ ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଖରିଫ ଚାଷ-୨୦୨୬ ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ପାଟଣା-୨୨-୦୬-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରବିବାର ହୀରାପୋଷି ଗ୍ରାମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ଗସ୍ତ କରି ଧାନ ନର୍ସରୀ ଓ ରୋପଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଲ୍-ନିନୋ ଜନିତ ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଖରିଫ-୨୦୨୬ ଚାଷ ପାଇଁ ପ୍ରସ୍ତୁତି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ତେଲକୋଇ ବିଧାୟକ ଡ଼ଃ ଫକୀର ମୋହନ ନାଏକ , ଜିଲ୍ଲାପାଳ ବିଶାଳ ସିଂହ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, ପାଟଣା ତହସିଲଦାର ଅଶ୍ୱନୀ କୁମାର ନାଏକ, କୃଷି ଅଧିକାରୀ ବର୍ଷା ବୈଶାଳୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ ଏବଂ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ସମୟୋପଯୋଗୀ ପରାମର୍ଶ, ବିହନ ଓ ସାରର ନିରବିଘ୍ନ ଯୋଗାଣ ସୁନିଶ୍ଚିତ କରିବା ସହ ଜିଲ୍ଲା କୃଷି ଜରୁରୀକାଳୀନ ଯୋଜନାର ସଠିକ୍ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ସମନ୍ୱିତ ପ୍ରୟାସ ମାଧ୍ୟମରେ ଚଳିତ ଖରିଫ ଋତୁକୁ ସଫଳ କରିବା ନେଇ ମତପ୍ରକାଶ କରିଥିଲେ।ଏହାସହ ପାଟଣା ବ୍ଲକର ହୀରାପଶି ଗ୍ରାମରେ ପ୍ରସ୍ତାବିତ ଏଗ୍ରିକଲଚର ଫାର୍ମିଂ ରିସର୍ଚ୍ଚ ସେଣ୍ଟର ପାଇଁ ଚିହ୍ନଟ ସ୍ଥାନ ପରିଦର୍ଶନ କରିଥିଲେ। ଏହି କେନ୍ଦ୍ର ସ୍ଥାପିତ ହେଲେ କୃଷି କ୍ଷେତ୍ରରେ ଗବେଷଣା, ଆଧୁନିକ ଚାଷ ପ୍ରଣାଳୀର ପ୍ରସାର ଏବଂ କୃଷକମାନଙ୍କୁ ନୂତନ ପ୍ରଯୁକ୍ତି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ଅଞ୍ଚଳର କୃଷି ବିକାଶକୁ ନୂଆ ଦିଗ ପ୍ରଦାନ କରିବ ବୋଲି ଆଶା ପ୍ରକାଶ ପାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *