ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ାଉତ୍ସବ ପାଳିତ ।

ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ାଉତ୍ସବ ପାଳିତ ।
କଟକ -ତା.୨୩.୧୨.୨୩(B.N.O.) ସ୍ଥାନୀୟ ଦରଘା ବଜାର, ହାତୀପୋଖରୀଛକ ସ୍ଥିତ ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ସୟିଦ ସେମିନାରୀ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଶିକ୍ଷା ବିସ୍ତାର ସମିତି, ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରାଜ କିଶୋର ବେହେରା ଅଷ୍ଟାଦଶ ବାର୍ଷିକ କ୍ରୀଡ଼ାକୁ ଉଦ୍‌ଘାଟନ କରିଥିଲେ ।

NEWS BY BIJAY KUMAR PANDA(CUTTACK)

ଏସିପି (ଜୋନ୍‌-୨) ଶ୍ରୀଯୁକ୍ତ ଅମିତାଭ ମହାପାତ୍ର ମୁଖ୍ୟ ଅତିଥି , ସୟିଦ ସେମିନାରୀ ସ୍କୁଲର ବରିଷ୍ଠ ଶିକ୍ଷକ ମହମ୍ମଦ ମୋହିନ୍‌ଉଦ୍ଦୀନ, ମନୋଜ କୁମାର ଦାସ ଓ ସୁଶ୍ରୀ ମଞ୍ଜୁବାଳା ମହାନ୍ତି ସମ୍ମାନୀତ ଅତିଥି, ବରିଷ୍ଠ ସାମ୍ବାଦିକ ପ୍ରତାପ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା କ୍ରୀଡ଼ା ପରିଚାଳକ ସଂଗ୍ରାମ କେଶରୀ ପାଢ଼ୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉତ୍ତମ ଶିକ୍ଷା ସହିତ ସୁସ୍ଥ ଓ ନିରାମୟ ଜୀବନ ବିତାଇବାକୁ ହେଲେ ଦୈନିକ କିଛି ସମୟ ଶାରୀରିକ, ଯୋଗ ଓ ଖେଳକୁଦ କରିବା ଉପରେ ନିମନ୍ତ୍ରିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବଟକୃଷ୍ଣ ଦାସ ଅତିଥି ପରିଚୟ ପ୍ରଦାନ ସହ ବାର୍ଷିକ କ୍ରୀଡ଼ା ବିବରଣୀ ପାଠ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ସ୍ୱଣ୍‌ର୍ଲତା ମିଶ୍ର ଉଦ୍‌ଘାଟନ ମନ୍ତ୍ର ପାଠ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟା ନିରୁପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡ଼ା ଆରମ୍ଭରେ ଶୁଭଶ୍ରୀ ମଣ୍ଡଳ. ଶୁଭଶ୍ରୀ ସିଂହ, ସାଇସ୍ମିତା ଦାସ ଓ ସ୍ମୃତିରେଖା ଗୁପ୍ତା ଛାତ୍ରଛାତ୍ରୀମାନଙ୍କୁ ଶପଥପାଠ କରାଇଥିଲେ । କ୍ରୀଡ଼ା ଶିକ୍ଷକ ସଂଗ୍ରାମ ପାଢୀ, କ଼୍ରୀଡ଼ା ପ୍ରମୁଖ ସୁମନ ହାତୀ ଓ ପିଙ୍କାଲି ବେହେରା କ୍ରୀଡ଼ାକୁ ପରିଚାଳନା କରିଥିବାବେଳେ ୨୦ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟା କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ । କ଼୍ରୀଡ଼ାରେ ବିଦ୍ୟାଳୟର ୩୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କ୍ରୀଡ଼ାରେ ୩୬ଟି ଖେଳ ରଖା ଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ବାଟିକା ବର୍ଗ, ପ୍ରାଥମିକ ବର୍ଗ, ଶିଶୁ ବର୍ଗ କନିଷ୍ଠ ଓ ଶିଶୁ ବର୍ଗ ବରିଷ୍ଠ ଓ ବାଲ୍‌ବର୍ଗ କନିଷ୍ଠ ଏହିପରି ୫ଟି ଭାଗରେ ବିଭକ୍ତ କରାଯାଇଥିଲା । ବିଭିନ୍ନ ବିଭାଗରୁ ୧୨୫ଜଣ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି । ସମାପନ ସମାରୋହରେ ଏସିପି ଅମିତାଭ ମହାପାତ୍ର କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓ ଅନୁଭବି ଆଚାର୍ଯ୍ୟା ସୁବାସିନୀ ସାହୁ , ବବିତା ମହାନ୍ତି, , ରେଶମା ଖାତୁନ ଓ ସାବନା ହୋସେନ୍ ତଥା ବିଦ୍ୟାଳୟ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା, କର୍ମକର୍ତ୍ତା ମାନଙ୍କର ମାର୍ଗଦର୍ଶନ ଓ ଅଭିବାବକମାନଙ୍କ ସହଯୋଗରେ ବାର୍ଷିକ ଖେଳକୁଦ ସମାରୋହ ସମ୍ପର୍ଣ୍ଣ ହୋଇଥିଲା ।

Spread

Leave a Reply

Your email address will not be published. Required fields are marked *