ସୁସ୍ଥ ସମାଜ ଗଠନରେ କବିତାର ଭୂମିକା ଅନସ୍ୱୀକାର୍ଯ୍ୟ

NEWS BY MALAYA PARIJA(CUTTACK)

କଟକ: ୧୬/୧୨ (B.N.O) ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଜି ସନ୍ଧ୍ୟ ୬ଟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କବି ପ୍ରଦ୍ୟୁମ୍ନ କେଶରୀଙ୍କ ଅଧ୍ୟକ୍ଷତାରେ ୬୪ତମ ଶିଶିର ଉତ୍ସବ ଓ ‘ଓଡିଆ ଲେଖକ ସମ୍ମେଳନ’ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବକୁ କବି ଅମରେଶ ପଟ୍ଟନାୟକ ଉଦ୍‌ଘାଟନ କରି ସୁସ୍ଥ ସମାଜ ଗଠନରେ କବିତାର ଭୂମିକାକୁ ଅସ୍ୱୀକାର କରିହେବ ନାହିଁ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଡ. ବିଜୟାନନ୍ଦ ସିଂହ ସାହିତ୍ୟ ସଂସଦ ଯେପରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଚାଲିଛି ତାହା ଅନ୍ୟ ଅନୁଷ୍ଠାନମାନଙ୍କ ପାଇଁ ପ୍ରେରଣା ଯୋଗାଇ ଚାଲିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି କବି ସୁରେଶ ନାୟକ, ମୁଖ୍ୟବକ୍ତା ବିଶିଷ୍ଟ ସ୍ୱାସ୍ଥ୍ୟ ସାହିିତ୍ୟିକ ତଥା ଡି.ଲିଟ୍‌ପ୍ରାପ୍ତ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଓଡିଆ କବିତାର କ୍ରମବିକାଶ ଓ ସାଂପ୍ରତିକ ସ୍ଥିତି ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଏହିଉତ୍ସବରେ ୩୦ରୁ ଊର୍ଦ୍ଧ୍ୱ କବିତା ପାଠ କରାଯାଇଥିଲା ବେଳେ ୨୨ ଜଣ ଯୁବ ପ୍ରତିଭାଙ୍କୁ ‘ଶିଶିର କବିତା ପ୍ରତିଭା- ୨୦୨୩’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ଆରମ୍ଭରେ ସାହିତ୍ୟ ସଂସଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଜିତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସଂପାଦକ ରାଜୀବ ଷଡଙ୍ଗୀ ଅତିଥି ପରିଚୟ ଓସଭା ପରିଚାଳନା କରିଥିଲେ । ସର୍ବଶେଷରେ କାର୍ଯ୍ୟକାରୀ ସଂପାଦକ ସୁରଜିତ ନାଥ ଧନ୍ୟବାଦ ଦେଇଥିଲେ । ପ୍ରାୟସ ନୃତ୍ୟଶାଳା ଦ୍ୱାରା ଏହି ଉତ୍ସବରପ୍ରାରମ୍ଭରେ ସ୍ନେହଲତା ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Spread

Leave a Reply

Your email address will not be published. Required fields are marked *