ୱି ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ୪ଜି ନେଟ୍‌ୱର୍କ: ଓପୋନ୍‌ସିଗ୍‌ନାଲ୍‌

ୱି ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ୪ଜି ନେଟ୍‌ୱର୍କ: ଓପୋନ୍‌ସିଗ୍‌ନାଲ୍‌

ଭୁବନେଶ୍ୱର: ଗତ ଏକ ବର୍ଷ ଧରି ବିଶ୍ୱ ଓ ଭାରତୀୟ ତୃତୀୟ ପକ୍ଷ ଏଜେନ୍ସି ଦ୍ୱାରା ୱିକୁ ନିରନ୍ତର ଭାବେ ଶ୍ରେଷ୍ଠ ନେଟ୍‌ୱର୍କ ପ୍ରଦାନକାରୀ ମାନ୍ୟତା ଦିଆଯାଉଛି । ଉତ୍କୃ୍‌ଷ୍ଟ ନେଟ୍‌ୱର୍କ ପ୍ରଦର୍ଶନ ଜରିଆରେ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଉପରେ କଂପାନିର ଗୁରୁତ୍ୱ ବଜାୟ ରଖିଛି । ୱି ଏବେ ଭାରତର ଦ୍ରୁତତମ ୪ଜି ନେଟ୍‌ୱର୍କ ଭାବେ ଉଭା ହୋଇଛି ବୋଲି ବିଶ୍ୱସ୍ତରୀୟ ସ୍ୱାଧୀନ ଏଜେନ୍ସି ଓପୋନସିଗ୍ନାଲ୍ ପକ୍ଷରୁ ଜାରି କରାଯାଇଥିବା “ଭାରତ ମୋବାଇଲ୍ ନେଟୱର୍କ ଅନୁଭୂତି ରିପୋର୍ଟ- ଏପ୍ରିଲ୍ ୨୦୨୨’ରୁ ଜଣାପଡ଼ିଛି । ୱି ଏହାର ସର୍ବଭାରତୀୟ ୪ଜି ନେଟ୍‌ୱର୍କରେ ଦ୍ରୁତ ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍ ପ୍ରଦାନ କରୁଛି ଯାହା ଗ୍ରାହକମାନଙ୍କୁ କାମ କରିବା, ପାଠ ପଢ଼ିବା, ସୋସିଆଲାଇଜ୍ ହେବା, ମନୋରଂଜନ, ଇ-କମର୍ସ ଓ ଅନ୍ୟାନ୍ୟ ଡିଜିଟାଲ୍‌
ସେବା ହାସଲ କରିବାରେ ସହାୟକ ହୋଇଛି । ଏହି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଓପୋନ୍‌ସିଗ୍ନାଲ ପକ୍ଷରୁ ୨୦୨୧
ଡିସେମ୍ବର ୧ରୁ ୨୦୨୨ ଫେବ୍ରୁଆରି ୨୮ ପର୍ଯ୍ୟନ୍ତର ୯୦ ଦିନର ମୋବାଇଲ୍ ଫୋନ୍‌  ବ୍ୟବହାରକାରୀଙ୍କ ୪ଜି ଅନୁଭୂତିର ଅନୁଶୀଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଦେଶର ୨୨ଟି ଟେଲିକମ୍ ସର୍କଲ୍‌ର ଡାଟା ସ୍ପିଡ୍‌କୁ ଏଥିପାଇଁ ଅନୁଶୀଳନ କରାଯାଇଛି । ଓପୋନ୍‌ସିଗ୍ନାଲ୍‌ର ଟେକ୍ନିକାଲ୍ ଆନାଲିଷ୍ଟ୍ ହାର୍ଦିକ୍ ଖତ୍ରି କହିଛନ୍ତି ଯେ, “ସମସ୍ତ ସ୍ପିଡ୍ ପୁରସ୍କାର ୱି ଜିତିଛି । ଡାଉନ୍‌ଲୋଡ୍ ସ୍ପିଡ୍‌ ଅନୁଭୂତି ଓ ଅପଲୋଡ୍ ସ୍ପିଡ୍ ଅନୁଭୂତି ପୁରସ୍କାରକୁ ୱି ଜିତିଛି । ୱି ନେଟ୍‌ୱର୍କରେ ଆମ ବ୍ୟବହାରକାରୀ ହାରାହାରି ଭାବେ ୧୩.୬ ଏମ୍‌ବିପିଏସର ଡାଉନ୍‌ଲୋଡ ସ୍ପିଡ୍ ଓ ୪.୯ ଏମ୍‌ବିପିଏସ୍‌ର ଅପଲୋଡ୍ ସ୍ପିଡ୍ ହାସଲ କରିଛନ୍ତି ।’’ ୧୦ଟି ବଜାରରେ ଡାଉନ୍‌ଲୋଡ୍ ସ୍ପିଡ୍ ଓ ୧୪ଟି ବଜାରରେ ଅପଲୋଡ୍‌ ସ୍ପିଡ୍‌ରେ ୱି ଏକ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାରେ ଅପ୍‌ଲୋଡ୍‌
ସ୍ପିଡ୍‌ରେ କଂପାନି ଏକ ନମ୍ବର ସ୍ଥାନରେ ରହିଛି । ୱିର ମୁଖ୍ୟ ମାର୍କେଟିଂ ଅଫିସର ଅବନୀଶ ଖୋସଲା କହିଛନ୍ତି ଯେ, “ବିଭିନ୍ନ ସ୍ୱାଧୀନ ନେଟ୍‌ୱର୍କ ଟେଷ୍ଟିଂ ଏଜେନ୍ସିର ନେଟ୍‌ୱର୍କ ମାନ ମାନଦଣ୍ଡ ଓ ସ୍ପିଡ୍ ରେଟିଂ ଚାର୍ଟରେ ୱି ନିରନ୍ତର ଭାବେ ଶୀର୍ଷ ସ୍ଥାନରେ ରହୁଛି । ଉତ୍କୃଷ୍ଟ ନେଟୱର୍କ ପ୍ରଦର୍ଶନ ଜରିଆରେ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଆମେ କରୁଥିବା ନିରନ୍ତର ଉଦ୍ୟମ ପ୍ରତି ଓପୋନସିଗନାଲ୍‌ର ସଦ୍ୟତମ ମାନ୍ୟତା ହେଉଛି ଏକ ସ୍ୱୀକୃତି । ଏହି ନୂଆ ଅଭିଯାନ ହେଉଛି ଆମର ନେଟୱର୍କ ହିରୋମାନେ ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାର ଏକ ଉତ୍ସବ ପାଳନ ଯେଉଁମାନେ ନେଟୱର୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି ଯାହା ଡିଜିଟାଲ୍ ଦୁନିଆରେ ଅଧିକ କାମ କରିବା ଏବଂ ଯୋଡ଼ି ହୋଇରହିବା ଲାଗି ୱି ଗ୍ରାହକମାନଙ୍କ ଲାଗି ସହାୟକ ହୋଇଛି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *