୨୦୨୪ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁମନ୍ତ୍ର।

୨୦୨୪ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁମନ୍ତ୍ର।

#କଟକ:04.09.23 (BREAKING NEWS ODIA):Report by Bijay kumar panda  ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକୁ ଲୋକଙ୍କ ଘରେ ପହଞ୍ଚାଇବାକୁ ବିଜେପି ନେତା, କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦେଶ, ବିଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟ ବିଜେପି ପାଇଁ ଶକ୍ତିଶାଳୀ ଅସ୍ତ୍ର ବୋଲି ସର୍କିଟ ହାଉସ୍‌ଠାରେ ଅୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ଦଳୀୟ ସଂଗଠନ ମଜବୁତ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉପସ୍ଥିତି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗରିବ ଲୋକର ସର୍ବନିମ୍ନ ଆବଶ୍ୟକତା ଘର, ପାଇଖାନା ନିର୍ମାଣ ଠାରୁ ଆରମ୍ଭ କରି ବୀମା, କରୋନା ଟୀକା, ସମସ୍ତଙ୍କୁ ମେଡିକାଲରେ ଚିକିତ୍ସା ସୁବିଧା, ୩୭୦ ଧାରା ଉଚ୍ଛେଦ, ଶ୍ରୀରାମ ମନ୍ଦିର ନିର୍ମାଣ, ଚନ୍ଦ୍ରାୟଣ-୩ ଯାତ୍ରା ଆଦି ଯେତିକି କାର୍ଯ୍ୟ ହୋଇଛି, ସେଗୁଡ଼ିକ ବଳରେ ୨୦୨୪ ନିର୍ବାଚନକୁ ବିଜେପି ନିଶ୍ଚିତ ଜିତିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ବିଜେପିର କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ନିକଟରେ ଏହାକୁ ଉପସ୍ଥାପନା କରିବା ଦରକାର । ବିରୋଧୀଙ୍କ କୁଗୁଣ ଗାଇବା ଆଉ ଦରକାର ନାହିଁ । ଲୋକମାନେ ଭଲ ଭାବେ ଜାଣିସାରିଛନ୍ତି ସେମାନଙ୍କ କାର୍ଯ୍ୟକଳାପ । ବିଶ୍ୱ ଦରବାରରେ ଭାରତର ନାଁକୁ ଯେତେ ଉପରକୁ ନେଇଗଲେଣି ତାହା ଲୋକେ ଅନୁଭବ କରି ସାରିଲେଣି । ରାସ୍ତା, ଘାଟ, ଟ୍ରେନ୍ ଲାଇନ୍ ଆଦି ସମେତ ଓଡ଼ିଶାର ଅନ୍ୟାନ୍ୟ ବିକାଶ ପାଇଁ ଗତବର୍ଷ ୯ ହଜାର କୋଟି ଟଙ୍କାରୁ ଅଧିକ ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ପଇସା ଖର୍ଚ୍ଚ କରିପାରୁନାହାନ୍ତି । ମୋଦିଙ୍କ ଠାରେ ଲୋକମାନେ ଯେଉଁ ବିଶ୍ୱାସ କରିଛନ୍ତି ତାକୁ ମଜବୁତ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ସମୀକ୍ଷା ବୈଠକରେ କଟକ ନଗର ଜିଲା ସଭାପତି ଲଲାଟେନ୍ଦୁ ବଡ଼, କଟକ ସଦର ଜିଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ବିନୋଦ ଦାସ, ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *