ସ୍ୱାଧୀନତା ଦିବସରେ ଅବସର କର୍ମଚାରୀ ଙ୍କ ଦ୍ୱାରା ରୋଗୀଙ୍କୁ ଫଳ ବଣ୍ଟନ

ସ୍ୱାଧୀନତା ଦିବସରେ ଅବସର କର୍ମଚାରୀ ଙ୍କ ଦ୍ୱାରା ରୋଗୀଙ୍କୁ ଫଳ ବଣ୍ଟନ
ପାଟଣା, ୧୫-୦୮-୨୦୨୬(ବି. ଏନ. ଓ )(ଦୀନବନ୍ଧୁ ମିଶ୍ର ) : ସ୍ୱାଧୀନତା ଦିବସ ଅବସରରେ ପାଟଣା ମେଡିକାଲ ପରିସରରେ ପାଟଣା ର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସଂଘର ସଭାପତି ରାଧାମୋହନ ମହାନ୍ତ ଓ ସମ୍ପାଦକ ସନାତନ ଦାଶ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସଂଘର ୨୮ ଜଣ ସଦସ୍ୟ ଯୋଗଦେଇଥିଲେ।
ଏହାପରେ ମେଡିକାଲ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ଅରୁଣ କୁମାର ମିଶ୍ର ବୈଠକକୁ ପରିଚାଳନା କରିଥିଲେ। ବୈଠକରେ ମେଡିକାଲରେ ରୋଗୀମାନଙ୍କୁ ମିଳୁଥିବା ସେବା, ଡାକ୍ତରଙ୍କ ସମସ୍ୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟତଃ ଡାକ୍ତର ମାନଙ୍କ ରହିବା ପାଇଁ ଆବଶ୍ୟକ କ୍ୱାର୍ଟର ନଥିବା ନେଇ ଚିନ୍ତା ପ୍ରକାଶ ପାଇଥିଲା। ସେହିପରି ଷ୍ଟାଫ ନର୍ସ ମାନଙ୍କ ରହିବା ପାଇଁ ମଧ୍ୟ ଉପଯୁକ୍ତ କ୍ୱାର୍ଟର ସୁବିଧା ନାହିଁ ବୋଲି ଆଲୋଚନା ହୋଇଥିଲା। ନୂତନ କ୍ୱାର୍ଟର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ବିଦ୍ୟୁତ ସଂଯୋଗ ନଥିବା ଏବଂ ଘରଗୁଡ଼ିକ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ ଏତତ ସହିତ ଉକ୍ତ ଘର ଗୁଡିକ ପରିତ୍ୟକ୍ତ ଅବସ୍ଥାକୁ ଆସି ଯାଇ ଥିବାର ମତ ପ୍ରକାଶ ପାଇଥିଲା | ଡାକ୍ତର ଓ ଷ୍ଟାଫ ନର୍ସମାନେ ସେଠାରେ ରହିପାରୁନାହାନ୍ତି। ଏହା ଫଳରେ ଜରୁରୀ ସମୟରେ ରୋଗୀମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ସଦସ୍ୟମାନେ ମଧ୍ୟ ମତ ପ୍ରକାଶ କରିଥିଲେ। ମେଡିକାଲରେ ଡାକ୍ତର ଓ ଷ୍ଟାଫ ନର୍ସମାନଙ୍କ ପାଇଁ ତୁରନ୍ତ ଆବଶ୍ୟକ କ୍ୱାର୍ଟର ସୁବିଧା ଯୋଗାଇବା, ନୂତନ କ୍ୱାର୍ଟରରେ ବିଦ୍ୟୁତ ସଂଯୋଗ କରିବା ଏବଂ ଘରଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ସଂଘ ପକ୍ଷରୁ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ନିଆ ଯାଇଥିଲା | ଏହାଦ୍ୱାରା ମେଡିକାଲରେ ସ୍ୱାସ୍ଥ୍ୟସେବା ଆହୁରି ସୁଦୃଢ଼ ହେବା ସହ ଜରୁରୀ ସମୟରେ ରୋଗୀମାନଙ୍କୁ ତୁରନ୍ତ ସେବା ମିଳିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *