ସ୍ୱଚ୍ଛତା ପଖୱାଡା…

ସ୍ୱଚ୍ଛତା ପଖୱାଡା…
କଟକ ୨୬-୦୯-୨୦୨୫(ବି.ଏନ .ଓ ) : ଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଆନୁକୂଲ୍ୟରେ କଟକର ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଚ୍ଛତା ପଖୱାଡା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବାବା ଧବଳେଶ୍ୱର ପୀଠ, ପାନ୍ଥନିବାସ, ଅଂଶୁପା, ଖୁଣ୍ଟୁଣୀ ଓ ନେତାଜି ସଂଗ୍ରହାଳୟ ଠାରେ ବିଭିନ୍ନ ଦିନ ମାନଙ୍କରେ କରାଯାଇଥିଲା । ୧୫ ଦିନ ଅବଧିରେ କଟକର ୪, ୫ ଟି ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବର୍ଗର ଲୋକମାନେ ସ୍ୱୟଂସାହାୟକ ଗୋଷ୍ଠୀ, ପ୍ରଶାସନ ପକ୍ଷରୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ଅଧିକାରୀ ଓ ସହଯୋଗୀ କର୍ମୀ ତଥା ସ୍ଥାନୀୟ ଅଧିବାସୀ ବୃନ୍ଦ ସହଯୋଗ କରିଥିଲେ । ଫିଟ ଇଣ୍ଡିଆ ଅନସନ ଡେଜ ଏବଂ ଏହି ସ୍ୱଚ୍ଛତା ପଖୱାଡା ର ଏକ ମିଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ସାଇକେଲ ରା଼ଲି କରାଯାଇଥିଲା । ଏହି ସ୍ୱଚ୍ଛତା ଅଭିଯାନ ଓ ଉଦ୍ୟମ ଅନବାରିତ ଜାରି ରହିଅଛି ତଥା ଜନସାଧାରଣଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାଉଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *