ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ:14.02.24 B.N.O.(ରାଜେନ୍ଦ୍ର ଛୋଟରାୟ) ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ଯୋବ୍ରା ଏବଂ ଶିଖରପୁର ର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷା ଅମ୍ବିକା ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଜଗତପୁର ନିମପୁର ସ୍ଥିତ ଭାଗବତ ଖେଳ ପଡ଼ିଆରେ ବହୁ ଆଡ଼ମ୍ବର ସହ ଅନୁଷ୍ଟିତ ହୋଇଯାଇଛି । ପ୍ରାମ୍ଭରରେ ସ୍କୁଲର ସଭାପତି ଇଂ ହରିହର ସେଠୀଙ୍କ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଡଃ ସତ୍ୟ ରାୟ, ସମ୍ମାନିତ ଅତିଥି ଭାବେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ, ସ୍ଥାନୀୟ କର୍ପୋରେଟର ନଳିନୀପ୍ରଭା ବେହେରା, ଭେଟରାନ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ପ୍ରୁଥିରାଜ ନାୟକ, ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ ।
ଅତିଥିଙ୍କ ଦ୍ଵାରା ସ୍କୁଲର ବାର୍ଷିକ ପତ୍ରିକା ‘ଦି ବ୍ରେନ୍ ଚାଇଲ୍ଟ’ ଉନ୍ମୋଚିତ ହୋଇଥିଲା – ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢି କେବଳ ଶିକ୍ଷିତ ହେଲେ ଚଳିବନୀ ଭଲ ମଣିଷ ହେବାର ଆବଶ୍ୟକତା ଅଛି – ତାହାପାଇଁ କେବଳ ଶିକ୍ଷା ଅନୁଷ୍ଠାନ ନୁହେଁ ବାପା ଆଉ ମା ଙ୍କର ପ୍ରମୁଖ ଭୂମିକା ରହିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟ ବକ୍ତା ଡ଼କ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ତାଙ୍କ ଅଭିଭାଷଣ ରେ କହିଥିଲେ – ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବାର୍ଷିକ ଉତ୍ସବ ର ସନ୍ଧ୍ୟା କୁ ରଙ୍ଗାରଙ୍ଗ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତର ଆୟୋଜନ କରାଯାଇଥିଲା

NEWS BY RAJENDRA CHHOTRAY

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *