ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’’

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’’
ଢେଙ୍କାନାଳ, ୫/୮: BREAKING NEWS ODIA (report sanjaya kumar sahoo) ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ସରକାରଙ୍କର କାର୍ଯ୍ୟକ୍ରମ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’ ଅନୁଯାୟୀ ବଂଟନ କରାଯାଇଥିବା ହାଉସ୍ ଡ୍ରେସ୍ ପରିଧାନ କରିଥିଲେ । ଛାତ୍ରଛାତ୍ରୀମାନେ ୪ଟି ରଙ୍ଗର ହାଉସ୍ ଡ୍ରେସ୍ ଯଥା ନାଲି, ନୀଳ, ହଳଦିଆ ଓ ସବୁଜ ରଙ୍ଗର ପରିଧାନ କରିଆସିଥିଲେ । ହାଉସ୍‌ ଡ୍ରେସ୍‌ରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମେ ଡ୍ରିଲ୍ କ୍ଲାସ୍‌ରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀ ଉର୍ମିଳା କର, ଉପାସନା ନାଥଶର୍ମା, ପ୍ରଶାନ୍ତ କୁମାର ସାହୁ, କନ୍ୟାକୁମାରୀ ଭୂତିଆ, ସୁଲୋଚନା ଭୂତିଆ, ଲିପିକା ନାଏକ, ମାମାଲି ମିଶ୍ର, ଜୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ହାଉସ୍ ଡ୍ରେସ୍ ପରିଧାନ କରିଥିବା ଛାତ୍ରଛାତ୍ରୀମାନେ ଏରୋବିକ୍ ଅକ୍ସରସାଇଜ୍ ରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ପରିବେଶ ବେଶ୍ ଆକର୍ଷଣୀୟ ଥିଲା। ଏସରକାରଙ୍କ ଏହି ଯୋଜନାକୁ ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ଯେ ଏହିଭଳି ପୋଷାକ ଛାତ୍ରଛାତ୍ରୀମାନେ ପରିଧାନ କରିଥିବାରୁ ପରିବେଶ ସୁନ୍ଦର ଲାଗୁଛି । ଏହିଭଳି ପୋଷାକ ଘରୋଇ ବିଦ୍ୟାଳୟମାନଙ୍କରେ ଦେଖିବାକୁ ମିଳୁଥିଲା । ଏବେ ଏହା ସରକାରୀ ବିଦ୍ୟାଳୟରେ ପରିଧାନ କରିଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ୍‌କୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ । ଏଭଳି ଯୋଜନାକୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *