ସୁଭଦ୍ରା ସଚେତନା ରଥ କୁ ଶୁଭାରମ୍ଭ କଲେ ବିଧାୟକ

ସୁଭଦ୍ରା ସଚେତନା ରଥ କୁ ଶୁଭାରମ୍ଭ କଲେ ବିଧାୟକ

ରୁକସାନା ବେଗମଙ୍କ ରିପୋର୍ଟ

ଢେଙ୍କାନାଳ/ଭୁବନେଶ୍ୱର,୧୪-୦୯-୨୦୨୪(ବିଏନଓ): ଗାଁ ଗାଁ ରେ ସୁଭଦ୍ରା ଯୋଜନାକୁ ନେଇ ସଚେତନତା ଓ ସୁଭଦ୍ରା ଯୋଜନା ରେ ଅଧିକ ତଥ୍ୟ ଲୋକମାନେ ଜାଣିବା ଲକ୍ଷ୍ୟ ନେଇ ସୁଭଦ୍ରା ରଥ କୁ ଶୁଭାରମ୍ଭ କଲେ ବିଧାୟକ l ଆଜି ଅପରାହ୍ନ ରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଧାୟକ ବିଭୁତି ଭୂଷଣ ପ୍ରଧାନ ରଥକୁ ପୂଜାର୍ଚ୍ଚନା କରିବା ପରେ ଲାଲ ରଙ୍ଗ ପତାକା ଦେଖାଇ ଉଦଘାଟନ କରିଥଲେ l ଏହି ଅବସରରେ ବ୍ଲକ ଅଧ୍ୟାକ୍ଷା ଚାରୁଲତା ମିଶ୍ର, ଉପାଧକ୍ଷା ଦୀପା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ବି. ଡି. ଓ. ଯଶୋବନ୍ତ ଦେହୁରୀ, ସିଡିପିଓ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର କର୍ମୀ, ସଭ୍ୟା, ସିଆର୍ ପି ମାନେ ଉପସ୍ଥିତ ଥିଲେ l ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସୁଭଦ୍ରା ରଥକୁ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ସଙ୍ଗରେ ଅଞ୍ଚଳର କର୍ମୀ ମାନେ ସାମିଲ ହୋଇଥିଲେ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *