ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

  • ଜୁନ ପହିଲା ୨୦୨୨ ଠାରୁ ହେବ ଲାଗୁ
  • ୨୦, ୨୩, ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତି ସାମିଲ ହେବ

ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ ।

Newdelhi, 30th April,(Bnews):ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ । ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ଅଧୀନରେ ଏଏଚସି ପ୍ରତିଷ୍ଠା ହୋଇଥିବା ୩୨ଟି ନୂଆ ଜିଲ୍ଲାରେ ଯେପରି ଉଲ୍ଲେଖ କରାଯାଇଛି ସେହିପରି ଭାବେ ଦ୍ୱିତୀୟ ପର୍ଯ୍ୟାୟ ହଲମାର୍କିଂକୁ କାର୍ଯ୍ୟକାରୀ କରାଯିବ । ବିଆଇଏସର ୱେବସାଇଟ୍‌ www.bis.gov.in  ଜିଲ୍ଲାଗୁଡ଼ିକର ତାଲିକା ଦିଆଯାଇଛି । ଏପ୍ରିଲ ୪, ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୩ ଜୁନ୍‌ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ବାଧ୍ୟତାମୂଳକ ବିଆଇଏସ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି । ଏଥିରେ ଦୈନିକ ଏଚୟୁଆଇଡିରେ ୩ ଲକ୍ଷରୁ ଅଧିକ ସୁନା ଉପକରଣକୁ ହଲମାର୍କ କରାଯାଉଛି । ସାଧାରଣ ଗ୍ରାହକ ଯେକୌଣସି ବିଆଇଏସ ମାନ୍ୟତା ପ୍ରାପ୍ତ ଏସେଇଂ ଏଣ୍ଡ ହଲମାର୍କିଂ ସେଣ୍ଟର (ଏଏଚସି)ରେ ସେମାନଙ୍କର ହଲମାର୍କ ହୋଇନଥିବା ସୁନା ଅଳଙ୍କାରର ଶୁଦ୍ଧତା ପରୀକ୍ଷା କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ଅନୁମତି ଦେବା ଲାଗି ବିଆଇଏସ ଏକ ବ୍ୟବସ୍ଥା କରିଛି । ଏଏଚସି ସାଧାରଣ ଗ୍ରାହକଙ୍କ ସୁନା ଅଳଙ୍କାରକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରିବ ଏବଂ ସେମାନଙ୍କୁ ଏକ ଟେଷ୍ଟ ରିପୋର୍ଟ ଦେବ । ଏହି ଟେଷ୍ଟ ରିପୋର୍ଟ ଗ୍ରାହକଙ୍କୁ ସେମାନଙ୍କ ଅଳଙ୍କାରର ଶୁଦ୍ଧତା ସମ୍ପର୍କରେ ସୁନିଶ୍ଚିତ କରିବ । ଫଳରେ ଗ୍ରାହକମାନେ ସେମାନଙ୍କ ପାଖରେ ପଡ଼ିରହିଥିବା ସୁନା ଅଳଙ୍କାରକୁ ବିକ୍ରି କରିବାକୁ ଚାହିଁଲେ ଏହି ସୁଦ୍ଧତା ପରୀକ୍ଷା ରିପୋର୍ଟ ସେମାନଙ୍କ ପାଇଁ ବେଶ ଉପଯୋଗୀ ହେବ । ୪ଟି ପର୍ଯ୍ୟନ୍ତ ସୁନା ଅଳଙ୍କାର ପାଇଁ ୨୦୦ ଟଙ୍କା ଶୁଳ୍କ ନିଆଯିବ । ୫ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ସୁନା ଅଳଙ୍କାର ଓ ସାମଗ୍ରୀ ପାଇଁ ଗୋଟିଏକୁ ୪୫ ଟଙ୍କା ଲେଖାଏଁ ନିଆଯିବ । ବିଆଇଏସର ୱେବସାଇଟ୍‌ www.bis.gov.in.ହୋମ ପେଜରେ ଗ୍ରାହକଙ୍କ ସୁନା ଅଳଙ୍କାର ପରୀକ୍ଷା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଏବଂ ବିଆଇଏସ ମାନ୍ୟତାପ୍ରାପ୍ତ ଏଏଚସିଗୁଡ଼ିକର ତାଲିକା ଦିଆଯାଇଛି । ଗ୍ରାହକଙ୍କ ଦ୍ବାରା କ୍ରୟ କରାଯାଇଥିବା ଏଚୟୁଆଇଡି ନମ୍ବର ବିଶିଷ୍ଟ ହଲମାର୍କ ସୁନା ଅଳଙ୍କାରର ପ୍ରାମାଣିକତା ଓ ଶୁଦ୍ଧତାକୁ ବିଆଇଏସ କେୟାର ଆପ୍‌ରେ ଥିବା ‘ଭେରିଫାଏ ଏଚୟୁଆଇଡି’କୁ ବ୍ୟବହାର କରି ମଧ୍ୟ ପରୀକ୍ଷା କରାଯାଇ ପାରିବ । ଏହି ଆପ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *