ସରାଙ୍ଗ ପୁରୁଣା ଗାଁ ବ୍ରାହ୍ମଣୀ ନଦୀ ପଠାରେ ପ୍ରସିଦ୍ଧ ବୋଇତ ବନ୍ଦାଣ

ପରଜଙ୍ଗ :28.11.23(B.N.O.) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଚେକ୍ ଗେଟ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ରହିଛି ।ଏହି ରାଜପଥରୁ ସରାଙ୍ଗ ପୁରୁଣା ଗାଁ ନଦୀ ପଠାରେ ରହିଥିବା ବିଶାଳ ବିଷ୍ଣୁଙ୍କ ମୂର୍ତ୍ତି ରହିଛି ଯାହାକି ଦୀର୍ଘ ବର୍ଷ ଧରି ଏହିଠାରେ ପବିତ୍ର କାର୍ତ୍ତିକ ମାସର ଶେଷ ୫ଦିନ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଜନସମାଗମ ଦେଖିବାକୁ ମିଳିଥାଏ ।ଚଳିତ ବର୍ଷ ପୂର୍ଣ୍ଣିମା ଉପଲକ୍ଷେ ବ୍ରାହ୍ମଣୀ ନଦୀରେ କାଳ୍ପନିକ କିମ୍ବଦନ୍ତୀ ଅନୁସାରେ ସାଧବ ବୋହୂ ମାନେ ଧର୍ମ ଡଙ୍ଗାରେ ସାଧବ ପୁଅ ମାନଙ୍କୁ ବନ୍ଦାପନା କରି ବିଦେଶକୁ ବେପାର ବଣିଜ କରିବାକୁ ପଠାଇଥିଲେ ।ଆଜିର ଏହି ବୋଇତ ବନ୍ଦାଣ ଉଦଯାପନୀ ଉତ୍ସବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ଓ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ଏହା ପରେ ନଦୀ ପଠାରେ ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ମାନଙ୍କ ଜନସନାଗମରେ ପରିବେଶ ଉତ୍ସବ ମୁଖରିତ ହୋଇ ଉଠିଥିଲା ।ଅନନ୍ତ ଶୟନର ସମସ୍ତ ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗରେ ଶୃଙ୍ଖଳାର ସହ ବୋଇତ ବନ୍ଦାଣ ଉତ୍ସବ ସମ୍ପନ୍ନ ହୋଇଥିଲା ।