ସରକାରୀ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୁରଣ ପାଇଁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ।
ସରକାରୀ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୁରଣ ପାଇଁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ।
ଢେଙ୍କାନାଳ,୩୧.୦୭, ୨୦ ୨୩ :( BREAKING NEWS ODIA) ଢେଙ୍କାନାଳ ଜିଲ୍ଲାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ ଆଜି ଭାରତୀୟ କ୍ଷେତ ମଜଦୁର ୟୁନିୟନ ର ସଂପାଦକ ରବି ରଥ ଓ ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାଏକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀଙ୍କୁ ଏକ ଲିଖ୍ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି । ବିଶେଷକରି ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ କରିବା ଜରୁରୀ ହୋଇପଡିଛି । କର୍ମଚାରୀ ଅଭାବ ଥିବାରୁ ଶ୍ରମିକମାନେ ବିଭିନ୍ନ ସୁବିଧାରୁ ବଂଚିତ ହେଉଥିବା ଜଣାଇଛନ୍ତି । ଏହାକୁ ଗୁରୁତ୍ବ ଦେଇ ପଦବୀଗୁଡିକ ପୁରଣ କରିବା ନିମନ୍ତେ ଶ୍ରୀ ରଥ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।