ସମାଜସେବୀଙ୍କ ହୃଦଘାତରେ ପରଲୋକ
ସମାଜସେବୀଙ୍କ ହୃଦଘାତରେ ପରଲୋକ
ଘଟଗାଁ ୨୧-୦୯-୨୦୨୬(ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା ) ଘଟଗାଁ ବ୍ଲକ ପଣ୍ଡାପଡା ଗ୍ରାମପଞ୍ଚାୟତ ପଣ୍ଡାପଡା ଅଞ୍ଚଳର ସମାଜସେବୀ ଗଜେନ୍ଦ୍ର ମୁଦୁଲିଙ୍କ (୭୨ ) ପରଲୋକ ଘଟିଛି। ଗତକାଲି ସକାଳ ଭୋରରୁ ଆସି ଦୋକାନ ଖୋଲିଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ଦୋକାନ ବନ୍ଦକରି ଘରକୁ ଯାଇଥିଲେ |ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ଗାଡିରେ କଟକ ଏସିବି ମେଡିକାଲରେ ଭର୍ତ୍ତି କରିଥିଲେ |ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତ ପରଲୋକ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ପାଇ ପଣ୍ଡାପଡା ବଜାର ବନ୍ଦ ରହିଥିଲା |ତାଙ୍କ ମର ଶରୀରକୁ ଘରକୁ ଆଣିବା ପରେ ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଶକୁନ୍ତଳା ମୁଦୁଲି, ବଡ଼ ପୁଅ ବ୍ରହ୍ମାନନ୍ଦ, ମଝିଆଁ ପୁଅ ମଳୟ, ସାନପୁଅ ତପନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ |ଶେଷ ଦର୍ଶନ କରିବାକୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସରପଞ୍ଚ ପ୍ରିୟରଞ୍ଜନ ନାଏକ, ପୂର୍ବତନ ସରପଞ୍ଚ ଦ୍ୱାରୀ ଚରଣ ନାଏକ,କାଳୀ ପୂଜା ସଭାପତି ପଦ୍ମଲୋଚନ ପରିଡା, ସମ୍ପାଦକ ବଳରାମ ବାରିକ, ବଜାର କମିଟି ସଭାପତି ପ୍ରଦୀପ କୁମାର ପଲେଇ, ସମାଜ ସେବୀ ଦୁର୍ଯ୍ୟୋଧନ ବାରିକ, ଜିତୁ ଖିଲାର, ବରିଷ୍ଠ ସମାଜ ସେବୀ ଦିନବନ୍ଧୁ ସିଂ, ଭରତ ଚନ୍ଦ୍ର ସାହୁ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣେଇଥିଲେ | ଗ୍ରାମର ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ ବ୍ରହ୍ମାନନ୍ଦ ମୁଖାଗ୍ନି ଦେଇଥିଲେ।

