ସଚେତନତା ବାର୍ତ୍ତାଫଳକ ତଳେ କୁଢ଼କୁଢ଼ ଆବର୍ଜନା

ସଚେତନତା ବାର୍ତ୍ତାଫଳକ ତଳେ କୁଢ଼କୁଢ଼ ଆବର୍ଜନା

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ବିଭିନ୍ନ ଅଞ୍ଚଳରେ ପଡ଼ୁଥିବା ଆବର୍ଜନା ରୋକିବାକୁ ଅଭିନବ ଉପାୟ ଅବଲମ୍ବନ କରିଛି। ନିର୍ଦ୍ଦିଷ୍ଟ ଭାବେ ଯେଉଁ ଯେଉଁ ସ୍ଥାନରେ ଆବର୍ଜନା….


ଭୁବନେଶ୍ୱର ୨୯-୧୦-୨୦୨୫(ବି.ଏନ .ଓ ) :( ଶଶୀଭୂଷଣ ଚଇନି )
  ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ବିଭିନ୍ନ ଅଞ୍ଚଳରେ ପଡ଼ୁଥିବା ଆବର୍ଜନା ରୋକିବାକୁ ଅଭିନବ ଉପାୟ ଅବଲମ୍ବନ କରିଛି। ନିର୍ଦ୍ଦିଷ୍ଟ ଭାବେ ଯେଉଁ ଯେଉଁ ସ୍ଥାନରେ ଆବର୍ଜନା ନିୟମିତ ପଡ଼ୁଛି, ସେଠାରେ ଆବର୍ଜନାରେ ପ୍ରସ୍ତୁତ ସୁନ୍ଦର କଳାକୃତି ଜରିଆରେ ଆବର୍ଜନା ନ ପକାଇବାକୁ ସଚେତନ କରାଯାଉଛି। ଆଇଇସି କାର୍ଯ୍ୟକ୍ରମ ଜରିଆରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ଲୋକେ ଏହାକୁ ମାନିବାକୁ ନାରାଜ। ସଚେତନତା ବାର୍ତ୍ତା ତା ବାଟରେ, ଅଳିଆ ଫିଙ୍ଗା ତା ବାଟରେ। ଏଭଳି ବ୍ୟତିକ୍ରମ ଓ ବିକଳ ଚିତ୍ର ଦେଖିବାକୁ ମିଳିଛି ହାଉସିଂ ବୋର୍ଡ଼ ଛକରୁ ୟୁନିଟ୍-୪ ହାଟକୁ ଯିବାର ପ୍ରବେଶ ପଥରେ। ଏଠାରେ ଲାଗିଥିବା ସଚେତନତା ବାର୍ତ୍ତା ତଳେ ଲୋକେ କୁଢ଼ କୁଢ଼ ଆବର୍ଜନା ଗଦାଇ ପରିବେଶକୁ ପ୍ରଦୂଷିତ କରୁଛନ୍ତି। ଯେଉଁମାନେ ଏଭଳି ଆବର୍ଜନା ପକାଉଛନ୍ତି, ସେମାନଙ୍କୁ ୧ହଜାର ଟଙ୍କା ଜରିମାନା କରିବାର ବ୍ୟବସ୍ଥା ଥିଲେ ବି ଏହା କଡ଼ାକଡ଼ି ପାଳନ କରାଯାଉନଥିବାରୁ ଲୋକେ ମନଇଛା ଏଭଳି ଆବର୍ଜନା ପକାଇବାକୁ ସାହସ କରୁଛନ୍ତି। ୟୁନିଟ୍-୪ ହାଟ ପ୍ରବେଶ ବେଳେ ଡାହାଣ ପାର୍ଶ୍ବରେ ରାସ୍ତା ଉପରେ କୁଢ଼ କୁଢ଼ ଆବର୍ଜନା ଗଦା ହେଉଥିଲା। ଏଣୁ ଏହାକୁ ରୋକିବାକୁ ପୁରୁଣା ଟାୟାରକୁ ରଙ୍ଗବେରଙ୍ଗରେ ସଜ୍ଜିତ କରି ନାନାଦି ସଚେତନତା ସୂଚନା ଉଲ୍ଲେଖ କରି ଆବର୍ଜନା ଫିଙ୍ଗା ସ୍ଥଳରେ ଲଗାଯାଇଥିଲା। ଭୁବନେଶ୍ବର ମହାନଗର ନିଗମର କ୍ଲିନ୍ଲିନେସ୍ ଟାର୍ଗେଟ୍ ୟୁନିଟ୍ ଏହି କାମ କରିଥିଲେ। କିନ୍ତୁ ଏହାକୁ କେହି ମାନୁନାହାନ୍ତି। ନିୟମିତ ଏଠାରେ ଆବର୍ଜନା ଫିଙ୍ଗାଯାଉଛିଛି। ତଥାପି ଏହି ୱାର୍ଡ ଦାୟିତ୍ବରେ ଥିବା ୱାର୍ଡ ଅଧିକାରୀ କି ପରିମଳ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁନାହାନ୍ତି। ଠିକାସଂସ୍ଥା ବି ନିୟମିତ ଏଠାରୁ ଅଳିଆ ଉଠାଉନାହାନ୍ତି। ଏଣୁ ଏହି ଜାଗାରେ ମାଛି ଭଣଭଣ ହେଉଥିବା ବେଳେ ଲୋକେ ଯିବା ବେଳେ ନାକ ଟେକୁଛନ୍ତି। ସ୍ଥିତି ଏପରି ଯେ ରାସ୍ତାର ଅଧିକାଂଶ ଅଞ୍ଚଳକୁ ଏହି ଅଳିଆ ମାଡ଼ିଗଲାଣି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *