ଷ୍ଟାଲିନ ଓ ରାଜାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କଳକୀ ସେନା ପକ୍ଷରୁ ବିରୋଧ ଓ ନିନ୍ଦା
ଷ୍ଟାଲିନ ଓ ରାଜାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କଳକୀ ସେନା ପକ୍ଷରୁ ବିରୋଧ ଓ ନିନ୍ଦା
କଟକ : ତା.08.09.23(BREAKING NEWS ODIA) ଋଷିମୁନିର ଦେଶ ଭାରତବର୍ଷରେ ସର୍ବପ୍ରାଚୀନ ସନାତନ ଧର୍ମକୁ ନେଇ ତାମିଲନାଡୁର କ୍ରୀଡାମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜା ଦେଇଥିବା ଅରୁଚିକର ଓ ବିବାଦୀୟ ମନ୍ତବ୍ୟକୁ ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ଘୋର ନିନ୍ଦା କରାଯାଇଛି ! ସେନାର ସାଧୁ ସଦଗୁରୁ କଳକୀବାବା ଷ୍ଟାଲିନ ଓ ରାଜାଙ୍କ ମନ୍ତବ୍ୟ କୁ ହାଲୁକା ଭାବେ ତାତ୍ସଲ୍ୟ କରି କହିଛନ୍ତି ଏହା ପାଗଳର ପ୍ରଳାପ ! ତେଣୁ ଏଥିରେ କେହି ବିବ୍ରତ ନ ହୋଇ ବର୍ଣ୍ଣଶଙ୍କରଙ୍କ ବିବୃତିକୁ ଗୁରୁତ୍ୱ ନ ଦେବାକୁ ପରାମର୍ଶ ଦେଇଛନ୍ତି ! ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଡକ୍ଟର ଜ୍ଞାନଗୁରୁ ଦାସ, ସେନାର କେନ୍ଦ୍ର ପ୍ରଚାରକମିଟି ସଭାପତି ଏସ. ପିନାକୀନ, ସଂଯୋଜକ ଆଡ଼ଭୋକେଟ ପ୍ରସନ୍ନକୁମାର ମହାପାତ୍ର, କଟକ ଜିଲ୍ଲା ସଭାପତି ସୁବାସଚନ୍ଦ୍ର ବରାଳ, କଟକ ମହାନଗର ସଭାପତି ଲକ୍ଷ୍ମୀଧର ଦାସ, ଆବାହକ ମହେନ୍ଦ୍ର କୁମାର ମହାପାତ୍ର, ପଣ୍ଡିତ ନିରାକାର ପଣ୍ଡା, ଶ୍ରମିକନେତା ବାବାଜୀ ବେହେରା ଓ କେନ୍ଦ୍ର ଲୋକସମ୍ପର୍କ ପ୍ରମୁଖ ଏକ ମିଳିତ ବିବୃତିରେ ଘଟଣାର ନିନ୍ଦା କରିବା ସହିତ ଅସାମ୍ବିଧାନିକ ଭାଷା ପ୍ରୟୋଗ କରିଥିବାରୁ ଷ୍ଟାଲିନ ଓ ଏ. ରାଜା ସର୍ବ ସାଧାରଣରେ ଭୁଲ ମାଗିବାକୁ ଦାବି କରିଛନ୍ତି ଏବଂ ସବୁସ୍ତରରେ ତୀବ୍ର ପ୍ରତିକ୍ରିୟା ଦେବାକୁ ଆହ୍ୱାନ ଦେଇଛନ୍ତି !ନଚେତ ସେନା ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି !


