ଶ୍ରୀଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠା ଉତ୍ସବ
ଶ୍ରୀଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠା ଉତ୍ସବ…
ନିଆଳୀ-୧୯-୧୨-୨୦୨୫(ବି.ଏନ.ଓ ) :(ବିଶ୍ଵମ୍ବର ସେନାପତି ) ନିଆଳୀ ବ୍ଲକ ଦେବୀ-କନ୍ଦଳ ଦ୍ବୀପାଞ୍ଚଳ କସରଦା ପଞ୍ଚାୟତ ଅଧୀନ ଭାଲିଆକଣ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଉତ୍ସବ ଡାକ୍ତର ଗଙ୍ଗାଧର ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ପତାକା ସମାଜସେବୀ ପ୍ରଶାନ୍ତ କୁମାର ମହାପାତ୍ର ଉତ୍ତୋଳନ କରିଥିଲେ । ସରକାରୀ ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଅଧ୍ୟକ୍ଷ ଅନ୍ନଦା ପ୍ରସାଦ ଷଡ଼ଙ୍ଗୀ, ଭୁବନେଶ୍ଵର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ନିଆଳିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଡାକ୍ତର ନିରୁପମା ମିଶ୍ର, ଅଡ଼ଶପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଭୁବନେଶ୍ଵର ସାଇ ଇଣ୍ଟର୍ନ୍ୟାସନାଲ ସ୍କୁଲ୍ ଶିକ୍ଷକ ମୃତ୍ୟୁଞ୍ଜୟ ରାଉତରାୟ, ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର୍ ଡକ୍ଟର ଅଞ୍ଜଳି ସ୍ବାଇଁ, ପୁରୀ ଗୋପବନ୍ଧୁ ଆୟୁର୍ବେଦିକ୍ ମେଡିକାଲ୍ କଲେଜ୍ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର କୈଳାସ ଭୂଷଣ ମହାପାତ୍ର ଆଲୋଚକ ଭାବେ ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଦେହାଂଶ ମନ୍ଦିର ଆଧ୍ୟାତ୍ମିକ ବିକାଶର ପ୍ରାଣକେନ୍ଦ୍ର ଓ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ସଂପର୍କରେ ଆଲୋଚନା କରି ଥିଲେ। ବିଭିନ୍ନ ବିଷୟରେ ଆଲୋଚନା ବେଳେ ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ର, ପାଠଚକ୍ର, ମହିଳା ପାଠଚକ୍ର, ଅଭିଭାବକ, ଛାତ୍ରଛାତ୍ରୀ, ଆଧ୍ୟାତ୍ମିକବାଦୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସମବେତ ଧ୍ୟାନ ପରେ ଦୁର୍ଗା ସ୍ତୋତ୍ର, ଶର୍ମିଳା ମହଲ ମା’ବହି ରେଣୁବାଳା ବେହେରା ଧ୍ୟାନ ଓ ପ୍ରାର୍ଥନା ବିଜୟଲକ୍ଷ୍ମୀ ସେନାପତି ପାଠ କରିଥିଲେ। ଡକ୍ଟର ଅମ୍ରିତଜିତ ସ୍ୱାଇଁ ସାବିତ୍ରୀ ଆବୃତ୍ତି କରିଥିଲେ.ସଙ୍ଗଠକ ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ବାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


