ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ

ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ

#କଟକ:10.07.23  ସମାଜରେ ଜନସେବାକୁ ନିଜର ବ୍ରତ ଭାବେ ନେଇ ସ୍ଥାନୀୟ ଖାନ ନଗର ସାଇ ମନ୍ଦିର ପରିସରେ ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଉଦ୍‌ଘାଟନ କରିବା ସହ ମାନବସେବା ହିଁ ମାଧବ ସେବା ବୋଲି ମତପ୍ରକାଶ କରିଥିଲେ । ଯଦି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନିଜକୁ ଜନସେବାରେ ନିୟୋଜିତ କରିବେ ତେବେ ଖୁବ ଶିଘ୍ର ସମାଜରେ ସଂସ୍କାର ଆସିବା ସହ ନୂଆ ପୃଥିବୀ ଗଠନ ସମ୍ଭବ ହୋଇ ପାରିବ ବୋଲି ଉପସ୍ଥିତ ଅତିଥିମାନେ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ଫାଉଣ୍ଡର ଦୀପାଞ୍ଜଳି ସାହୁ ଯୋଗଦେଇ ସମାଜରେ ଦୁଃସ୍ଥ, ଅବହେଳିତ ଲୋକମାନଙ୍କୁ ସହାୟର ହାତ ବଢ଼ାଇ ସେମାନଙ୍କ ମୁହଁରେ ଚେନାଏ ହସ ଫୁଟାଇବା ଏହି ଅନୁଷ୍ଠାନର ଏକ ଲକ୍ଷ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ବେହେରା, ମାନସ ରଞ୍ଜନ ଦାସ, ଜିତେନ୍ ଲେଙ୍କା ଏବଂ ବିଶ୍ୱଜିତ ଜେନା ପ୍ରମୁଖ ଯୋଗଦେଇ ସାଇ ବାବାଙ୍କୁ ପୂଜାର୍ଚ୍ଚନା କରିବା ସହିତ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ସମ୍ମାନିତ କରି ସମାଜ ସେବାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ଶପଥ ନେଇ ଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଜଗନ୍ନାଥ ପ୍ରସାଦ ମହାନ୍ତି, ପ୍ରତାପ ଚନ୍ଦ୍ର ସେନାପତି, ଉମାକାନ୍ତ ଜେନା, କଟକ ସଦରରୁ ମମତା ଜେନା, ଟିକିନା ସାହୁ ଏବଂ ଝରଣା ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *