ଶିଶୁ ମନ୍ଦିର ଛାତ୍ରୀଙ୍କ ଅକାଳ ବିୟୋଗ ।
ଶିଶୁ ମନ୍ଦିର ଛାତ୍ରୀଙ୍କ ଅକାଳ ବିୟୋଗ ।
ପରଜଙ୍ଗ :16.08.23 BREAKING NEWS ODIA (Report by Nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ଦଦରାଘାଟି ଫାଣ୍ଡି ଅଞ୍ଚଳର ବସୁଲେଇ ଗ୍ରାମ ପଞ୍ଚାୟତ ବସୁଲେଇ ଗ୍ରାମର ଜଣେ ଶିଶୁ ବିଦ୍ୟାନଦିରର ଛାତ୍ରୀଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି ।ଉକ୍ତ ଗ୍ରାମର ନୀର ଭୁତିଆଙ୍କ ଝିଅ ଏଲିଶା ଭୁତିଆ ୧୦ ବର୍ଷ ବୋଲି ଜଣାପଡିଛି ଏଲିଶା ସେହି ଗ୍ରାମରେ ଗଢି ଉଠିଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୫ ମ ଶ୍ରେଣୀ ଛାତ୍ରୀ ଅଟନ୍ତି ।ସବୁଦିନ ପରି ବୁଧବାର ସକାଳ ୧୦ ଟାରେ ବିଦ୍ୟାଳୟ ଯାଇ ଅପରାହ୍ନ ସାଢ଼େ ୧ଟା ସମୟରେ ବିଦ୍ୟାଳୟ ଛୁଟି ହେଲା ପରେ ଘରକୁ ଆସିଥାନ୍ତି ।ଘରେ ଖାଇ ସାରି ଶୋଇଥିଲେ ଏଲିଶା । ଅପରାହ୍ନ ସାଢେ଼ ତିନିଟା ସମୟରେ ମାଆ ଏଲିଶାକୁ ଉଠାଇଥିଲେ ଟ୍ୟୁସନ୍ ଯିବାକୁ ।କିନ୍ତୁ ଶେଯରୁ ଏଲିଶା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକେ ତାଳଚେର ମେଡ଼ିକାଲକୁ ନେଇଯାଇଥିଲେ ।ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଏଲିଶାକୁ ମୃତ ଘୋଷଣା କରିଥିଲେ ।ଏପରି ଦୁଃଖଦ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିବା ବେଳେ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଏପରି ଅକାଳ ବିୟୋଗରେ ଗୁରୁଜୀ ଗୁରୁମା ସହପାଠୀଙ୍କ ମନରେ ଗଭୀର ଦୁଃଖ ଆଣିଦେଇଛି ।