ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ।
ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ।
ପରଜଙ୍ଗ:01.09.23 BREAKING NEWS ODIA (Report by Nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତ ଓ କଲଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । କୁଆଳୋ ଅଷ୍ଟଶମ୍ଭୁ ମଣ୍ଡଳ ସଭାପତି ଦୟାନିଧି ସାହୁଙ୍କ ଅଧ୍ୟକ୍ଷତାରେ ଓ ସରପଞ୍ଚ ଅଜିତ କୁମାର ସାହୁ, ସ୍ନେହଲତା ବେହେରାଙ୍କ ନେତୃତ୍ୱରେ ଉଭୟ ପଞ୍ଚାୟତ କାର୍ଯ୍ୟାଳୟରେ ଶତାଧିକ ବିଜେପି କର୍ମୀ ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ନାରାବାଜି କରିଥିଲେ ।କେନ୍ଦ୍ର ଶାସିତ ବିଜେପି ସରକାର ରାଜ୍ୟକୁ ଦେଉଥିବା ଅର୍ଥକୁ ବାଟମାରଣା କରିବା ,ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦେବା ,ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ବର୍ତ୍ତମାନ ପଲ୍ଲୀସଭା ,ଗ୍ରାମସଭା ନହୋଇ ଜେଇ ପିଇଓଙ୍କୁ ଠିକାଦାର ସଜାଇ ଦିଆଯାଇଛି ।ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ସମସ୍ତ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ତୀବ୍ରତର ହେବ । ଏଥିରେ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ପୁରୁଖା ତଥା ବରିଷ୍ଠ ନେତା ଦୁର୍ଗା ଚରଣ ନାୟକ ,ଅନିଲ ଭୂତିଆ , କେଦାର ସାହୁ ,ଦୋଳଗୋବିନ୍ଦ ବେହେରା , ସୁବାସ ଚନ୍ଦ୍ର ବେହେରା ,ପ୍ରକାଶ ବେହେରା ,ଅଲେଖ ନାୟକ ,ଜଳଧର ଦେହୁରୀ , ଅମ୍ବରିଶ ଦେହୁରୀ ,ସଞ୍ଜିତା ବିଶ୍ଵାଳ , ବାଳବତୀ ବେହେରା ,ପ୍ରେମଲତା ସାହୁ ,ସଞ୍ଜୁ ବେହେରା ,ସରୋଜିନୀ ବେହେରା ,ବିଜୁଳି ବେହେରା , ରଶ୍ମିତା ସାହୁ ,ଦୁଷ୍ମନ୍ତ ରଣାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।ଯଦି ରାଜ୍ୟ ସରକାର ଅନ୍ୟାୟ ,ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ତୀବ୍ରତର ହେବ ବୋଲି କର୍ମୀ ମାନେ ଚେତାବନୀ ଦେଇଛନ୍ତି ।ପରିଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ସାମୁହିକ ବିକାଶ ମୂଳକ ଧାରାକୁ ଭୂୟସୀ ପ୍ରଶଂସା କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।