ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ନୂଆ ଜୀବନ ଦେଲେ ଦୁଇଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର,15th May,(Bnews): ଜଣେ ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବଲାନ୍ସର ଦୁଇଜଣ କର୍ମଚାରୀ । ଘଟଣାନୁଯାୟୀ ସମ୍ବଲପୁର ଜିଲ୍ଲା ଚାରମାଳ ଗ୍ରାମର ମଦନ ମୋହନ ପ୍ରଧାନ(୮୦ ବର୍ଷ) ନାମକ ଜଣେ ବ୍ୟକ୍ତି ରକ୍ତହୀନତା ରୋଗରେ ପୀଡ଼ିତ ହୋଇ ଗତ ତିନି ଚାରି ଦିନ ଧରି ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ଜି.କେ.ହେମ୍ବ୍ରାମ ରୋଗୀଙ୍କ ସମ୍ପର୍କୀୟଙ୍କୁ ଓ’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ, ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିବ ବୋଲି ସେ ଚେତାଇଦେଇଥିଲେ । ମାତ୍ର ଏହି ସମୟରେ ରେଢ଼ାଖୋଲ ବ୍ଲଡବ୍ୟାଙ୍କରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଏତିକିବେଳେ ନକ୍ତିଦେଉଳ ଏବଂ ବଡ଼ମାଳ ଅଂଚଳର ଦୁଇଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଯଥା ଇଏମଟି କେଶବ ପ୍ରଧାନ ଏବଂ ସତ୍ୟାନନ୍ଦ ସାହୁ ଜଣେ ରୋଗୀଙ୍କୁ ନେଇ ରେଢ଼ାଖୋଲ ଡାକ୍ତରଖ।।ନାକୁ ଆସିଥିଲେ । ଏହି ସମୟରେ ଉପାୟଶୂନ୍ୟ ହୋଇ ବୁଲୁଥିବା ରୋଗୀଙ୍କ ସମ୍ପର୍କୀୟଜଣଙ୍କ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦେଖି ତାଙ୍କୁ ରକ୍ତ ଦେବା ପାଇଁ ଆକୁଳ ନିବେଦନ କରିଥିଲେ । ସୌଭାଗ୍ୟବସତଃ ଆମ୍ବୁଲାନ୍ସ କର୍ମଚାରୀ ଦୁହିଁଙ୍କ ବ୍ଲଡଗ୍ରୁପ ମଧ୍ୟ ଓ’ପଜିଟିଭ ଥିଲା । ତେଣୁ ସେମାନେ ଆଉ କାଳ ବିଳମ୍ବ ନ କରି ତୁରନ୍ତ ରକ୍ତ ଦେବା ପାଇଁ ଆଗେଇ ଆସିଲେ ଏବଂ ରୋଗୀଙ୍କୁ ରକ୍ତଦାନ କଲେ । ଆଜି ସେମାନଙ୍କର ଏହି ମାନବିକତା ପାଇଁ ରୋଗୀଜଣଙ୍କୁ ଏକ ନୂଆ ଜୀବନ ମିଳିପାରିଛି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ପାଇଁ ସେମାନେ ବେଶ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *