ମିଶନ ଶକ୍ତି ସ୍କୁଟର ଯୋଜନା ,ପସନ୍ଦ ଯୋଗ୍ୟ ସ୍କୁଟର ଚୟନ ଓ କାଗଜ ପତ୍ର ଦାଖଲ ପ୍ରକ୍ରିୟା
ମିଶନ ଶକ୍ତି ସ୍କୁଟର ଯୋଜନା ,ପସନ୍ଦ ଯୋଗ୍ୟ ସ୍କୁଟର ଚୟନ ଓ କାଗଜ ପତ୍ର ଦାଖଲ ପ୍ରକ୍ରିୟା
ପରଜଙ୍ଗ: 08.08.23 BREAKING NEWS ODIA (report by nirmal gadanayak) ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ବିକାଶ ଦିଗରେ ଅଧିକ ଗୁରୁତ୍ବ ଦେଇଥିବା ବେଳେ ଏଥିରେ ଲକ୍ଷାଧିକ ମହିଳା ନିଜର ଦକ୍ଷତା ବଳରେ ସ୍ୱାବଲମ୍ବୀ ଦିଗକୁ ଅଗ୍ରଗତି ହୋଇଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟ ସରକାର କିଛି ଦିନ ତଳେ ମିଶନ ଶକ୍ତି ମହିଳାଙ୍କ ଲାଗି ସ୍କୁଟର ଯୋଜନା ପ୍ରଣୟନ କରିଛନ୍ତି ।ଏଥିରେ କାର୍ଯ୍ୟରତ ସିଆରପି, ଏମ୍ବିକେ, ପ୍ରାଣୀମିତ୍ର ,କୃଷିମିତ୍ର , ବ୍ୟାଙ୍କମିତ୍ର ପ୍ରଭୃତି ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ସୁବିଧା କରାଯାଇଛି ।ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା “ଶକ୍ତି” ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟାଳୟ ସମ୍ମୁଖରେ ପରଜଙ୍ଗ ବଜାରରେ ରହିଥିବା ହୋଣ୍ଡା କମ୍ପାନୀ ଓ ହିରୋ କମ୍ପାନୀ ମାଲିକ ମାନେ ନିଜର କ୍ୟାମ୍ପ କରିବା ସହ ବିଭିନ୍ନ ମଡେଲ ଗାଡ଼ି ସମ୍ମୁଖରେ ରଖିଥିଲେ
କର୍ମଜୀବୀ ମହିଳା ମାନେ ନିଜର ମନମୁତାବକ ଗାଡ଼ି ପସନ୍ଦ କରି ଡକ୍ୟୁମେଣ୍ଟ କରିଥିବା ଦେଖିବାକୁ ମିଳିଛି । ହୋଣ୍ଡା ସୋ – ରୁମ୍ ମାଲିକ ବନଲତା ମହାନ୍ତି ,ପରିଚାଳକ ମନୋଜ କୁମାର ଦାସ ( ମଣ୍ଟୁ) ଓ ନିଜର ଫିଟର ମାନେ ଉପସ୍ଥିତ ଥିବା ବେଳେ ହିରୋ ସୋ – ରୁମ୍ ମାଲିକ ମହେଶ୍ବର ପରିଡା,ପରିଚାଳକ ମହେନ୍ଦ୍ର ବେହେରା ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଉଭୟ କ୍ୟାମ୍ପରେ ମହିଳା ମାନେ ନିଜର ପସନ୍ଦ ଯୋଗ୍ୟ ସ୍କୁଟର ଚୟନ କରିଥିଲେ ।