ମହିଳା ଉଦ୍ୟୋଗୀଙ୍କ ସହାୟତା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ ଆରମ୍ଭ ହେଲା ଭାରତର ପ୍ରଥମ ମହିଳା ବିଜନେସ ମେଳା, ୮ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର,4th May,(Bnews):: ଚଳିତ ଶତାବ୍ଦୀ ହେବ ମହିଳାମାନଙ୍କ ଶତାବ୍ଦୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍‌ ମେଳାକୁ ଭର୍ଚୁଆଲ ‌ମାଧ୍ୟମରେ ଉଦଘାଟନ କରି ସେ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ । ଏହା ଜରିଆରେ ଗ୍ରାମୀଣ ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି ।

ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି ଯେ ମହିଳା ଉଦ୍ୟୋଗୀମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନ‌େ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ହେଉଛି ଏକ ବିପ୍ଳବ । ରାଜ୍ୟର କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରର ଅବଦାନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ୫୦ ପ୍ରତିଶତ ଶ୍ରମ ଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ରାଜ୍ୟରେ ଅନେକ ପରିବର୍ତ୍ତନ ଘଟିଛି। ୨୦୨୦ରେ ଦୈନିକ ୨୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଏବେ ତାହା ୮୦ ଲକ୍ଷକୁ ବୃଦ୍ଧି ପାଇଛି। ମାଛ ଉତ୍ପାଦନ ଏହି ସମୟରେ ୨.୫୦ ଲକ୍ଷ ଟନ୍‌ରୁ ବୃଦ୍ଧି ପାଇ ୮ ଲକ୍ଷ ଟନ୍ ହୋଇଛି। ଚାଉଳରେ ଓଡ଼ିଶା ବଳକା ରାଜ୍ୟ ହୋଇପାରିଛି। ରାଜ୍ୟରୁ ୧୦୦୦ ଟନ୍ ଚାଉଳ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକୁ ରପ୍ତାନି କରାଯାଇଛି ବୋଲି ସେ କହିଛନ୍ତି। ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ କୃଷି କ୍ଷେତ୍ରର ଅବଦାନ ୨୮% ରହିଛି ଯାହା ଜାତୀୟ ହାର (୧୯-୨୦%) ଠାରୁ ଅଧିକ। ଯଦି ଏହି ହାର ଆହୁରି ବଢ଼ିବ ତେବେ ଅଧିକରୁ ଅଧିକ ଶ୍ରମ ଶକ୍ତି କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ନିୟୋଜିତ ହୋଇପାରିବେ ବୋଲି ସେ କହିଛନ୍ତି।

ଆଇସିସିର ସଭାପତି ପ୍ରଦୀପ ସୁରେଖା କହିଛନ୍ତି ଯେ ଦେଶର ୪୫% ଷ୍ଟାର୍ଟଅପ୍ ସଂସ୍ଥା ମହିଳାମାନଙ୍କ ଦ୍ବାରା ସ୍ଥାପିତ ଓ ପରିଚାଳିତ ହେଉଛି। ନାଏକା ଭଳି ପ୍ରତିଷ୍ଠିତ ସଂସ୍ଥା ଜଣେ ମହିଳାଙ୍କ ନେତୃତ୍ବରେ ଚାଲିଛି। ମହିଳାମାନେ ବଡ଼ ନିଯୁକ୍ତି ସୃଷ୍ଟିକାରୀ ଭାବେ ଉଭା ହୋଇପାରିବେ ବୋଲି ସେ କହିଛନ୍ତି। ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିବା ବେଳେ ସହ ଅଧ୍ୟକ୍ଷ ଏମ୍. କେ. ଗୁପ୍ତା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଇଡବ୍ଲୁଇସିର ସଂଯୋଜିକା ମେଳା ସମ୍ପର୍କିତ ବିବରଣୀ ପ୍ରଦାନ କରିଥିଲେ ଓ ସହ ସଂଯୋଜିକା ତନୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ମହିଳା ଉଦ୍ୟୋଗୀ ମେଳାରେ ୧୦୦ରୁ ଅଧିକ ଷ୍ଟଲ୍‌ ସ୍ଥାପନ କରାଯାଇଛି। ଏହା ସହିତ ଏଥିରେ ୩୪ଟି ଖାଇବା ଷ୍ଟଲ୍‌, ପିଲାଙ୍କ‌ ଖେଳିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଓ ସେଲ୍‌ଫି ଜୋନ୍ ମଧ୍ୟ ରହିଛି। ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମରେ ବଲିଉଡ୍‌ କଳାକାର ଲାରା ଦତ୍ତା, ଅର୍ଜୁନ ରାମପାଲ୍, ବଲିଉଡ୍‌ ନିର୍ଦେଶକ ଇମ୍‌ତିଆଜ ଅଲ୍ଲୀ, ପ୍ରେରଣାଦାୟୀ ବକ୍ତା ଗୌରାଙ୍ଗ ଦାସ, ଜୀବନଶୈଳୀ ପ୍ରଶିକ୍ଷକ ଲ୍ୟୁକ୍ କୌଟିହୋ, ଫିଟ୍‌ନେସ୍ ବିଶେଷଜ୍ଞ ସମୀର ‌ପୁରୋହିତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମେଳାରେ ଓଲିଉଡ୍‌ ସନ୍ଧ୍ୟା, ଫେସନ ସୋ’, ଆଇଡବ୍ଲୁଇସି ଆୱାର୍ଡସ୍‌, ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯିବ। ପ୍ରତିଦିନ ବ୍ୟବସାୟୀ, ନୀତି ନିର୍ଧାରକ ଆଦି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ବିଭିନ୍ନ ବିଷୟରେ ସେମିନାର ଆୟୋଜନ କରାଯିବ। ଓଡ଼ିଶା ସରକାର, ଏମ୍ଏସ୍‌ଏମ୍ଇ-ଡିଆଇ, କଟକ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏହି ମେଳା ଆୟୋଜନ କରାଯାଇଛି। ମିସନ ଶକ୍ତି ଦ୍ବାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକ ମେଳାର ଏକ ସ୍ବତନ୍ତ୍ର ଅଂଶ ଭାବେ ଯୋଗ ଦେଇଛନ୍ତି। ଆଦିବାସୀ ଜନଜାତି ବର୍ଗର ମହିଳା ଉଦ୍ୟୋଗୀମାନଙ୍କର ମଧ୍ୟ ଉତ୍ସର୍ଗୀକୃତ ଷ୍ଟଲ୍‌ ରହିଛି। ଏଥିରେ ଥିବା ସମସ୍ତ ଷ୍ଟଲ୍‌ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ପ୍ରବେଶକୁ ନିଶୁଳ୍କ ରଖାଯାଇଛି। ଫାଲ୍‌କନ୍ ଗ୍ରୁପ୍, ମିସନ ଶକ୍ତି ଓ ଜ୍ୟୋତି ମୋଟର୍ସ ହେଉଛନ୍ତି ମେଳାର ପ୍ରମୁଖ ଆୟୋଜକ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *