ମହଣ ମହଣ ସୁନାରେ ଆଭୂଷିତ ହେବେ ଦାରୁବ୍ରହ୍ମ।

ମହଣ ମହଣ ସୁନାରେ ଆଭୂଷିତ ହେବେ ଦାରୁବ୍ରହ୍ମ।

      SUNABESHA PAIN PURI  JANA SAMUDRA

ପୁରୀ :BNO-(୧୭-ଜୁଲାଇ-୨୦୨୪) NEWS  BY BIJAY KUMAR PANDA  ଆଜି ଶ୍ରୀହରିଶୟନ ଏକାଦଶୀ । ଆଜି ରଥ ଉପରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାରେ ଆଭୂଷିତ ହେବେ ଦାରୁବ୍ରହ୍ମ। ଶ୍ରୀଜୀଉଙ୍କ ଏହି ଆକର୍ଷଣୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥ ଚତୁଃପାର୍ଶ୍ବ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଉଥିବା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି। ରଥ ଉପରେ ଦାରୁବ୍ରହ୍ମଙ୍କ ସନ୍ଧ୍ୟା ଆଳତି ନୀତି ପରେ ଏକାଦଶୀ ସର୍ବାଙ୍ଗ କରାଯିବ। ଅପରାହ୍ଣ ୫ଟାରେ ଆରମ୍ଭ ହେବ ସୁନାବେଶ। ବିଭିନ୍ନପ୍ରକାର ସୁନା ଅଳଙ୍କାରରେ ମହାପ୍ରଭୁଙ୍କୁ ବେଶ କରାଯିବ। ସନ୍ଧ୍ୟା ସୁଦ୍ଧା ବେଶ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ବ୍ୟାରିକେଡ୍‌ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‌ ଦେଇ ରଥ ସମ୍ମୁଖରେ ପହଞ୍ଚିବେ। ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଅପରପାର୍ଶ୍ବ ଦେଇ ପ୍ରତ୍ୟାବର୍ତ୍ତନ କରିବେ। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ସମେତ କୁଇକ୍‌ ରେସପନ୍ସ ଟିମ୍‌ ନିୟୋଜିତ କରାଯାଇଛି। ଚଳିତବର୍ଷ ଶ୍ରୀମାର୍ଗକୁ ଲୋକଙ୍କ ଯାତାୟାତ ପାଇଁ ବ୍ୟବହାର କରାଯିବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। ସୁନାବେଶରେ ଥାଇ ରଥ ଉପରେ ପ୍ରଭୁଙ୍କ ସନ୍ଧ୍ୟା ଧୂପ, ମହାଦୀପ ବନ୍ଦାପନା କରାଯିବ। ରାତି ୧୦ଟା ପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନାବେଶ ମଇଲମ କରାଯିବା କାର୍ଯ୍ୟକ୍ରମ ରହିଛି। ରାତିରେ ପ୍ରଭୁଙ୍କୁ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ କରାଯିବା ସହ ହରିଶୟନ ନୀତି ଅନୁଷ୍ଠିତ ହେବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *