ଭୁବନେଶ୍ୱରଠାରେ ବାଲ୍‌ମର ଲରିର ନୂତନ କୋଲ୍‌ଡ ଚେନ୍‌ ୟୁନିଟ୍ ଉଦ୍‌ଘାଟିତ

 

 ପୂର୍ବାଞ୍ଚଳର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି
 ୧.୫ ଏକର ପରିମିତ ସ୍ଥାନରେ ବ୍ୟାପ୍ତ
ଭୁବନେଶ୍ୱର, ୨୯.୦୭.୨୦୨୨: ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନରେ ଥିବା ମିନିରତ୍ନ ଆଇପିଏସ୍‌ଇ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍ ପକ୍ଷରୁ ଆଜି ଓଡ଼ିଶାର ଭୁବନେଶ୍ୱରଠାରେ ଏହାର ଅତ୍ୟାଧୁନିକ କୋଲ୍ଡ ଚେନ୍ ୟୁନିଟ୍‌ର ଉଦ୍‌ଘାଟିତ ହୋଇଯାଇଛି । ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଦିକା ରତ୍ନ ଶେଖର ଏବଂ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଶ୍ରମ ଓ ନିଯୁକ୍ତି ରାଜ୍ୟମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କୋଲ୍ଡଚେନ୍ ସୁବିଧା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଛତାବରଠାରେ ନିର୍ମିତ ଏହି କୋଲ୍ଡଚେନ୍ ୟୁନିଟ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ପୂର୍ବାଞ୍ଚଳରେ ପ୍ରଥମ ଏବଂ ସମଗ୍ର ଦେଶରେ ଚତୁର୍ଥ ୟୁନିଟ୍ । ସମଗ୍ର ଭାରତରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ବାଲ୍‌ମର୍ ଲରି ହେଉଛି ଏକ ସମନ୍ୱିତ ଲଜିଷ୍ଟିକ୍ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଏହାର ଲଜିକୋଲ୍ଡ ବ୍ରାଣ୍ଡ ମାଧ୍ୟମରେ ବଜାରରେ ଏହାର ଉପସ୍ଥିତି ବୃଦ୍ଧି କରିଆସୁଅଛି । ଭାରତ ସରକାରଙ୍କ ‘ଆକ୍ଟ ଇଷ୍ଟ ନୀତି’ ଏବଂ ‘ଆତ୍ମନିର୍ଭର ଭାରତ’ର ଏକ ପ୍ରୟାସ ସ୍ୱରୂପ ଭୁବନେଶ୍ୱରରେ କୋଲ୍ଡଚେନ୍‌ ୟୁନିଟ ପ୍ରତିଷ୍ଠା କରାଯାଉଛି । ଏହି କୋଲ୍ଡଚେନ୍ ୟୁନିଟ୍ ପୂର୍ବାଞ୍ଚଳରେ ସାମୁଦ୍ରିକ ଖାଦ୍ୟ, ଦୁଗ୍ଧ, କୃଷିଜାତ ଶିଳ୍ପ, ଏବଂ ରେଷ୍ଟୁରାଌକ୍ଷଗ୍ଧ;ର ଦ୍ରୂତ ସେବା (କ୍ୟୁଏସ୍‌ଆର୍‌)ର ଚାହିଦାକୁ ପୂରଣ କରିବ । ଏହି ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ନିର୍ଦ୍ଦେଶକ (ସେବା ବ୍ୟବସାୟ) ଶ୍ରୀ ଅଧିପ ନାଥ ପାଲଚୌଧୁରୀ ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଆର୍‌.ଏମ୍ ଉଥାୟାରାଜା, ନିର୍ଦ୍ଦେଶକ (ଉତ୍ପାଦନ ବ୍ୟବସାୟ) ପ୍ରମୁଖ ଉପସ୍ଥିତ ଥିଲେ । କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଦିକା ରତ୍ନ ଶେଖର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ । କୋଲ୍ଡଚେନ୍ ୟୁନିଟକୁ ନୀତିଗତ ଭାବେ ଅବସ୍ଥାନ କରାଯାଇଛି ଏବଂ ଜାତୀୟ ରାଜପଥ ନିକଟରେ ସ୍ଥାପନ କରାଯାଇଥିବାରୁ ଗ୍ରାହକମାନଙ୍କ ପାଇଁ ଏହା ସୁବିଧାଜନକ ହେବ । ଏଠାରେ ବ୍ୟବହୃତ ଅତ୍ୟାଧୁନିକ ଶୀତଳୀକରଣ ଟେକ୍ନୋଲୋଜୀ ଏବଂ ସ୍ୱଂଚାଳିତ ଉତ୍ପାଦ ନିୟନ୍ତ୍ରଣ ଖାଦ୍ୟପଦାର୍ଥଗୁଡ଼ିକରେ ସର୍ବନିମ୍ନ ମାନବ ସ୍ପର୍ଶ ସହିତ ଉତ୍ପାଦଗୁଡ଼ିକର ନିରାପତ୍ତା ଏବଂ ଗୁଣବତ୍ତା ସୁନିଶ୍ଚିତ କରିଥାଏ । ଉନ୍ନତ ସେଟ୍‌ଅପ୍ କେବଳ ଗୁଣାତ୍ମକ ଖାଦ୍ୟ ପଦାର୍ଥ ରପ୍ତାନି ପାଇଁ
ନୁହେଁ ବରଂ ନିୟନ୍ତ୍ରିତ ତାପମାତ୍ରାରେ ଫଳ ଓ ପନିପରିବାର ବିଶେଷ କରି ଆଳୁ ସଂରକ୍ଷଣ ପାଇଁ ଏହା ଉତ୍କୃଷ୍ଟ ଅଟେ । ଗତ ଦୁଇ ଦଶନ୍ଧି ମଧ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୯ଗୁଣା ବୃଦ୍ଧି କରି ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ହୋଇପାରିଛି । ଭୁବନେଶ୍ୱରରେ ଏହି କୋଲ୍ଡଚେନ୍ ୟୁନିଟ ପୂର୍ବାଞ୍ଚଳର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ଅଟେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀର ନିଜସ୍ୱ ନିୟନ୍ତ୍ରିତ ତାପମାତ୍ରା ଯାନ (ଟିସିଭି) ଶେଷ ପର୍ଯ୍ୟନ୍ତ ବିତରଣକୁ
ସୁନିଶ୍ଚିତ କରେ । ମୋଟ ୩୨ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟ ସ୍ଥାପନ କରାଯାଇଛି । ସଂଗଠିତ ତୃତୀୟ ପକ୍ଷ ଲିଜିଷ୍ଟିକ (୩ପିଏଲ୍‌), କ୍ୟୁଏସ୍‌ଆର୍‌, ଖୁଚୁରା, ଇ-ବାଣିଜ୍ୟ ଏବଂ ଖାଦ୍ୟ ସେବାଶିଳ୍ପଗୁଡ଼ିକର ଅଭିବୃଦ୍ଧିର ଧାରା ପରିବର୍ତ୍ତନ ହେତୁ ଶୀତଳଭଣ୍ଡାର ଗୁଡ଼ିକର ଧ୍ୟାନକେନ୍ଦ୍ରିତ କରିଛି । ଭୁବନେଶ୍ୱରସ୍ଥିତ କୋଲ୍ଡଚେନ୍ ୟୁନିଟ ୧.୫ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ରହିଛି ଏବଂ ୨୦୦୦ ପ୍ୟାଲେଟ (ଫ୍ରୋଜେନ୍‌) ଏବଂ ୩୦୦୦ ଏମ୍‌ଟି (ଶୀତଳ/ଆମ୍ବିଏଌକ୍ଷଗ୍ଧ;) ଷ୍ଟୋରେଜ କ୍ଷମତା ବିଶିଷ୍ଟ ଏହି ୟୁନିଟ୍ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଉପଲବ୍ଧ । ଏହି ୟୁନିଟ୍‌ର ଏଫ୍‌ଏସ୍‌ଏସ୍‌ଏଆଇ, ଏମ୍‌ପିଇଡିଏ, ଫ୍ୟାକ୍ଟ୍ରି ଓ ବଏଲର୍ ଆକ୍ଟ ୧୯୪୮, ପିସିବି ପ୍ରମାଣପତ୍ର ଏବଂ ଅଗ୍ନି ନିରାପତ୍ତା ଲାଇସେନ୍ସ ରହିଛି । ବାଲ୍‌ମର ଲରି ଲଜିକୋଲ୍ଡ ପୂର୍ବରୁ ଭାରତର ଦକ୍ଷିଣାଞ୍ଚଳ(ହାଇଦ୍ରାବାଦ୍‌), ଉତ୍ତରାଞ୍ଚଳ (ରାୟ, ଦିଲ୍ଲୀ ଏନ୍‌ସିଆର୍‌) ଏବଂ ପଶ୍ଚିମାଞ୍ଚଳ (ପାତାଳଗଙ୍ଗା ଏବଂ ନବୀମୁମ୍ବାଇ)ରେ ନିଜର ପରିଚୟ ସୃଷ୍ଟି କରିସାରିଛି ଏବଂ ବର୍ତ୍ତମାନ ପୂର୍ବାଞ୍ଚଳରେ ଏହାର ଉପସ୍ଥିତି ଜାହିର କରିଛି । ଟିସିଭି, ଏସ୍‌ବିୟୁ: ଶୀତଳ ଭଣ୍ଡାର ସମଗ୍ର ଦେଶର ଗ୍ରାହକମାନଙ୍କୁ ୱାନ୍‌ଷ୍ଟପ କେନ୍ଦ୍ରରେ ସେବା ପ୍ରଦାନକାରୀ ଭାବେ ନିଜକୁ ସ୍ଥାପନ କରିପାରିଛି । ଏସ୍‌ବିୟୁ ଏହାର ହାଇଦ୍ରାବାଦ ୟୁନିଟ୍‌ରୁ ଦୁଇଟି କୋଭିଡ-୧୯ ଟୀକା- କୋଭାକ୍ସିନ ଏବଂ ସ୍ପୁଟନିକ୍ ପରିଚାଳନା କରି କରୋନା ସମୟରେ ଏହାର ବ୍ରାଣ୍ଡ ସୃଷ୍ଟି କରିସାରିଛି । ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟର ସ୍ଥାପନା ବାଲ୍‌ମର ଲରିର ଲଜିଷ୍ଟିକ
ରୋଡମ୍ୟାପରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଌକ୍ଷଗ୍ଧ; ଅଟେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *