ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା

ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା

କଟକ:18.07.23(BREAKING NEWS ODIA) ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି;ଶେଷରେ ଖାଲି ପଡିଥିବା କଟକ ସଦର ବ୍ଲକ୍ ଅଧ୍ୟକ୍ଷା ପଦବୀକୁ ରାଜ୍ୟ ସରକାର ଆଜି ପୂରଣ କରିଛନ୍ତି । ଗତିରାଉତପାଟଣା ପଞ୍ଚାୟତର ସମିତିସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଛି । ଏନେଇ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୨ ମସିହା ଏପ୍ରିଲ ୨୦ ତାରିଖରେ ତତ୍‌କାଳୀନ କଟକ ସଦର ବ୍ଲକ୍ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତଙ୍କର ଅକାଳ ବିୟୋଗ ଘଟିଥିଲା । ସେବେଠାରୁ ଉକ୍ତ ପଦବୀ ଖାଲି ପଡିଥିଲା । ୨୦୨୨ ମସିହା ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷା ପଦବୀ ପାଇଁ ଦୁଇ ଥର ନିର୍ବାଚନ ତାରିଖ ଘୋଷଣା କରିଥିଲେ । ହେଲେ ଏଥିରେ କେହି ଅଂଶ ଗ୍ରହଣ କରିନଥିଲେ । ଶେଷରେ ସରକାରଙ୍କୁ ମନୋନୟନ କରିବାକୁ ପଡିଥିଲା । ଏ ସମ୍ପର୍କରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ସମ୍ପର୍କରେ ସଦର ବ୍ଲକ୍ ବିଡିଓ ରାଜୀବ ଲୋଚନ ପରିଡା ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *