ବୃଦ୍ଧଙ୍କ ଉପରେ ମାଡ଼ିଗଲା କାର୍‌

ବୃଦ୍ଧଙ୍କ ଉପରେ ମାଡ଼ିଗଲା କାର୍‌

  • କଟକ କାଠଯୋଡ଼ି ରିଂବନ୍ଧର ଖାନନଗର,
  • ଅରୁଣୋଦୟନଗର ଗଡ଼ା ନିକଟରେ ରାସ୍ତାପାର୍ଶ୍ବରେ ନଳୀ-ପାମ୍ପଡ଼ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କ ଉପରେ ମାଡ଼ିଯାଇଛି କାର୍‌।
  • ଆଜି ରାତି ପ୍ରାୟ ୧୦ଟା ‌ବେଳେ…
  • ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।

କଟକ ୩୦-୧୧-୨୦୨୫( ବି.ଏନ .ଓ ) : (ବିଜୟ କୁମାର ପଣ୍ଡା ) ଟକ କାଠଯୋଡ଼ି ରିଂବନ୍ଧର ଖାନନଗର, ଅରୁଣୋଦୟନଗର ଗଡ଼ା ନିକଟରେ ରାସ୍ତାପାର୍ଶ୍ବରେ ନଳୀ-ପାମ୍ପଡ଼ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କ ଉପରେ ମାଡ଼ିଯାଇଛି କାର୍‌। ଆଜି ରାତି ପ୍ରାୟ ୧୦ଟା ‌ବେଳେ ନେତାଜୀ ବସ୍‌ ଟର୍ମିନାଲ୍‌ ପଟୁ ଖାନନଗର ଆଡ଼କୁ ଦ୍ରୁତଗତିରେ ଆସୁଥିବା ଏକ ଏକ୍ସଟର୍‌ କାର୍‌ (ଓଡି୦୫ବିପି-୬୪୫୬) ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତାପାର୍ଶ୍ବ ଅଳିଆଗଦା ଉପରକୁ ଚଢ଼ିଯିବା ସହିତ ରାସ୍ତାକଡ଼ରେ ପାମ୍ପଡ଼ ବିକ୍ରି କରୁଥିବା ବୃଦ୍ଧଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାସ୍ଥଳରେ କାର୍‌ଟି ଓଲଟି ପଡ଼ିବା ସହିତ ଗାଡ଼ି ଚାଳକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଗାଡ଼ି ଚାଳକଙ୍କୁ ମାଡ଼ ମାରିଥିବା ବେଳେ ଗାଡ଼ିକୁ ଓଲଟାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ କାର୍‌ ଚାଳକଙ୍କ ମୁଣ୍ଡ ଫାଟି ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲା। ସୂଚନା ଅନୁଯାୟୀ ବାଙ୍କୀ କଳାପଥର ଅଞ୍ଚଳର ମୂଳବାସିନ୍ଦା ଯୋଗୀନାଥ ସାହୁ (୭୫) ନିଜ ପତ୍ନୀଙ୍କ ସହିତ ଖାନନଗର ଗୁଡ଼ିଆସାହିରେ ବହୁଦିନ ହେଲା ରହି ରାସ୍ତାକଡ଼ରେ ନଳୀ-ପାମ୍ପଡ଼ ବିକ୍ରି କରନ୍ତି। ସ୍ବାମୀ-ସ୍ତ୍ରୀ ଏକାଠି ରାସ୍ତାକଡ଼ରେ ବସି ପାମ୍ପଡ଼ ବିକ୍ରି କରୁଥିବାରୁ ସେ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ। ଆଜି ରାତିରେ ପତ୍ନୀ ପାଣି ଆଣିବା ପାଇଁ ଯାଇଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ବୃଦ୍ଧଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକ ବିଳମ୍ବିତ ରାତିଯାଏଁ ବିକ୍ଷୋଭ କରିଥିଲେ। ବିଧାୟକ ଓ ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ବାଙ୍କୀ କଳାପଥରରେ ରହୁଥିବା ଯୋଗୀନାଥଙ୍କ ପରିବାର ଲୋକଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ସେମାନେ ଆସିବା ପରେ ମୃତଦେହକୁ କଟକ ବଡ଼ଡାକ୍ତରଖାନାକୁ ନିଆଯାଇଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *