ବୃକ୍ଷରୋପଣରେ ଲକ୍ଷାଧିକ ଟଙ୍କା ଦୁର୍ନୀତି
ବୃକ୍ଷରୋପଣରେ ଲକ୍ଷାଧିକ ଟଙ୍କା ଦୁର୍ନୀତି
କେନ୍ଦୁଝର ,୨୧-୦୯-୨୦୨୬(ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା ) ସରକାର ଗରିବ ଦିନ ମଜୁରୀଆ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବାର୍ଷିକ ଶହେ ଦିନର କାର୍ଯ୍ୟକ୍ଷମ ବିଭିନ୍ନ ଯୋଜନା ମାଧ୍ୟମରେ ଲକାର୍ପିତ କରି ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣ ମୂଳ ସ୍ତରରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଖାମିଖିଆଲି ମନ ଭାବ ଯୋଗୁଁ ଏହା ପାଣିର ଗାର ପାଲଟିଛି |ଯାହା ଫଳରେ ଲୋକମାନେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ କିଛି ଯୁବକ ଯୁବତୀ ପ୍ରାଣ ହରାଇଛନ୍ତି ତ ନିଖୋଜ ଅଛନ୍ତି |ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଡ଼ିଏମଫ ପାଣ୍ଠି ଦ୍ୱାରା ୨୦୨୪/୨୫ ମସିହାରେ ଘଟଗାଁ ବ୍ଲକ ପଣ୍ଡାପଡା, କମାରଗୋଡ଼ା, ଗୋଇଟାଙ୍ଗିରି, ସାରୁପାଟ, ଅସନବାହାଳୀ ସୀମା ମଧ୍ୟରେ ଏହି ବୃକ୍ଷ ରୋପଣ ହେବା ସହିତ ଉକ୍ତ ଜାଗାରେ ବଇତାଳୁ ଚାଷ କରାଯାଇଅଛି|ଦୁଃଖ ଏବଂ ପରିତାପର ବିଷୟଯେ ଏକ ବର୍ଷରୁ ଉର୍ଦ୍ଧ ହେବ ଏହି ବୃକ୍ଷ ରୋପଣ କାଯ୍ୟକାରି ହୋଇଛି ହେଲେ ଏହି ସ୍ଥାନରେ ଗୋଟେ ମଧ୍ୟ ଗଛ ନାହିଁ |ଚତୃରପାଶ୍ୱ ସିମେଣ୍ଟ ପୋଲ ପତା ହୋଇଛି ହେଲେ ସମ୍ପୂର୍ଣ ବାଡ଼ ହୋଇନାହିଁ କିମ୍ବା ଜଗୁଆଳି ବ୍ୟବସ୍ଥା ମଧ୍ୟ ହୋଇନାହିଁ |

