ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳନ
ବୌଦ୍ଧ,17th April : ବୌଦ୍ଧଜିଲା ବିଜେଡି ପକ୍ଷରୁ ବୌଦ୍ଧଜିଲାର ଜନ୍ମଦାତା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳୁ ବୌଦ୍ଧ ମହାନଦୀ ବ୍ରିଜଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଏନଏସି କଲ୍ୟାଣ ମଣ୍ଡପଠାରେ ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ବିଧାୟକ ଶ୍ରୀ ଅମାତ ଯୋଗଦେଇ ସ୍ୱର୍ଗତ ବିଜୁବାବୁଙ୍କ ଦ୍ୱାରା ବୌଦ୍ଧ ଜିଲା ଘୋଷଣା ଠାରୁ ଆରମ୍ଭ କରି ଦେଶର ସେବା ପାଇଁ ସମର୍ପିତ ତାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ସାଂସଦ ପ୍ରତନିଧି ତାରେଣି ମହାପାତ୍ର, ବରିଷ୍ଠ ନେତା ଧୂରୀଣ କୁମାର ଦେହୁରୀ, ୭ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ପ୍ରମୁଖ ବିଜୁବାବୁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ଶେଷରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା,ନବନିର୍ବାଚିତ ୱାର୍ଡ ସଭ୍ୟ ସଭ୍ୟା ଓ କର୍ମୀମାନେ ସାମିଲ ହୋଇଥିଲେ।