ବାପା…
ବାପା…
ଭଲ ବାପାଟିଏ ସିଏ
ମାସ ଆରମ୍ଭରୁ
ପେନସନ୍ ଟଙ୍କା
ପୁଅ ହାତେ ଦେଇ 
ମାଆ ସାଥେ ଯାଇ
ଜରାନିଵାସରେ ରହେ।
ଵୋହୂର ଚାପରେ
ମିଡିଆ ଆଗରେ
ମୋ ପୁଅ ସମ
ସାରା ଜଗତରେ
ଆଉ ଅଛି ପୁଅ କିଏ ??
ଫାଦର୍ସ ଡେଏରେ
ତିନିଚକିଆରେ
ବୃଦ୍ଧାଶ୍ରମୁଁ ଆସି
ଭୋକିଲା ପେଟରେ
ନାତୁଣୀ ପାଟିରେ
ମିଠାଟିଏ ଖୋଇଦିଏ ।।
ଘର ସଜଡାରେ
ନିଜ ଉଜୁଡାରେ
ନାହିଁ ତାର ପରବାଏ
ଫଳ ପକାଇଲେ
ରମ୍ଭାଗଛ ଭଳି
ହଣାଖାଇ ଥାଏ ଯିଏ
ତା, ପାଇଁ ଫାଦର୍ସ ଡେଏ
ଵେଏଷ୍ଟ ବାପା ତ ସିଏ ।।
ଡ଼କ୍ଟର ଅଜୟ କୁମାର ମିଶ୍ର
(୯୪୩୭୯୨୦୪୯୬)

