ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ
ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ
କେନ୍ଦୁଝର ୦୪-୧୦-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା, ସାହାରପଡା ଫାଣ୍ଡି ଅଧିକାରୀ ଚେକିଂ ଦାଇତ୍ୱ ରେ ଅବହେଳା ପାଇଁ ବାବୁ ନିଲମ୍ବିତ | ହଠାତ୍ ପହଞ୍ଚିଗଲେ ଏସ୍ପି: ସାହାରପଡ଼ା ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ଏବଂ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ତଥା ଶୃଙ୍ଖଳାହୀନତା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ସାହାରପଡ଼ା ଫାଣ୍ଡି ଅଧିକାରୀ “ପାର୍ତ୍ତ ଓରାମ”ଙ୍କୁ ଶନିବାର ନିଲମ୍ବିତ (ସସପେଣ୍ଡ) କରାଯାଇଛି। କେନ୍ଦୁଝର ଏସ୍ପି “ନିତିନ କୁଶଲକର ଦାଗୁଡୁ “ତାଙ୍କ ବିରୋଧରେ ଏହି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାରେ ନିକଟରେ ଘଟିଥିବା ଏକ ହତ୍ୟାକାଣ୍ଡ ଓ ସୁନାଚେନ୍ ଲୁଟ୍ ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ସମସ୍ତ ସୀମାନ୍ତ ଓ ପ୍ରମୁଖ ପ୍ରବେଶ ପଥରେ ଯାନବାହନ ଯାଞ୍ଚ ପାଇଁ ନାକାବନ୍ଦୀ ଜାରି ରହିଥିଲା। ଏହି କ୍ରମରେ ସାହାରପଡ଼ା ଦେଓ ନଦୀ ପୋଲ ନିକଟ ଚେକିଂ ପଏଣ୍ଟରେ ଫାଣ୍ଡି ଅଧିକାରୀ ଶ୍ରୀ ଓରାମଙ୍କୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦାୟିତ୍ୱରେ ମୁତୟନ କରାଯାଇଥିଲା। ଶନିବାର ଏସ୍ପି ଶ୍ରୀ ଦାଗୁଡୁ ଏକ ସରକାରୀ କାର୍ଯ୍ୟ ସାରି କରଞ୍ଜିଆରୁ ଫେରୁଥିବା ବେଳେ ଦିନ ପ୍ରାୟ ୧ଟା ସମୟରେ ଉକ୍ତ ଯାଞ୍ଚ ପଏଣ୍ଟରେ ଅଚାନକ ପହଞ୍ଚିଥିଲେ। ତେବେ ଡ୍ୟୁଟି ସମୟ ସରିବା ପୂର୍ବରୁ ଫାଣ୍ଡି ଅଧିକାରୀ ଶ୍ରୀ ଓରାମ ସେଠାରେ ଅନୁପସ୍ଥିତ ଥିବା ଏସ୍ପି ଦେଖିବାକୁ ପାଇଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଦାୟିତ୍ୱ ଛାଡ଼ି ପଳାଇଥିବା ସ୍ପଷ୍ଟ ହେବା ପରେ ଏସ୍ପି ତୁରନ୍ତ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଥିଲେ। ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ରଖିବା ପାଇଁ ପାଟଣା ଥାନା ଅଧିକାରୀ “କିରଣ ପ୍ରସାଦ ସାହୁ”ଙ୍କୁ ଏସ୍ପି ଜିଲ୍ଲା ମୁଖ୍ୟାଳୟକୁ ଡକାଇଥିବା ଜଣାପଡ଼ିଛି |

