ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅ  ବସର କାଳୀନ ସମ୍ବର୍ଦ୍ଧନା

ପରଜଙ୍ଗ -୦୨-୦୭-୨୦୨୬(ବି .ଏନ .ଓ ) : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ରାଧା କୃଷ୍ଣ ଜୀୟୁ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ସାହୁ ମଙ୍ଗଳବାର ଦିନ ନିଜ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।ଶ୍ରୀମତୀ ସାହୁ ୧୯୯୩ ମସିହା ଜୁନ୍ ୩୦ ତାରିଖରେ ଚାକିରୀରେ ଯୋଗ ଦେଇ ନିଜର କର୍ମମୟ ଜୀବନ ଆରମ୍ଭ କରି ୨୦୨୬ ମସିହା ଜୁନ୍ ୩୦ ତାରିଖରେ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଦାଧର ପ୍ରଧାନଙ୍କ ମଞ୍ଚ ସଞ୍ଚାଳନରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାୟକ ମୁଖ୍ୟ ବକ୍ତା , ବ୍ଲକ ଓଷ୍ଟା ସଙ୍ଘ ସଭାପତି କୁନୁଆ ସାହୁ ଓ ଚାନ୍ଦପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁଶାସନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ହଟକିଶିର ସାହୁ , ପଞ୍ଚାୟତ ସରପଞ୍ଚ ପ୍ରମିଳା ସାହୁ , ବିଧାୟକ ପ୍ରତିନିଧି ଅନ୍ତର୍ଯ୍ୟାମୀ ସାହୁ , ମୋ ସ୍କୁଲ ଅଭିଯାନ ସଭାପତି ହିମାଂଶୁ ଭୂଷଣ ସାହୁ ,ପ୍ରାକ୍ତନ ପରିଚାଳନା କମିଟି ସଭାପତି ପଠାଣି ବିଶ୍ବାଳ , ଦମୟନ୍ତୀ ବିଶ୍ଵାଳ ,ପ୍ରାକ୍ତନ ଖେଳ ଶିକ୍ଷକ ଭଗବାନ ସାହୁ , ପୂର୍ବତନ ପରିଚାଳନା କମିଟି ସମ୍ପାଦକ ଅକ୍ଷୟ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ବିଦାୟୀ ଶ୍ରୀମତୀ ସାହୁଙ୍କ ଉଦ୍ଦେଶ୍ୟରେ ମଞ୍ଚାସୀନ ଅତିଥି , ଛାତ୍ର ଛାତ୍ରୀ ଅବିଭାବକ ଗୁଣଗାନ କରି ବକ୍ତବ୍ୟ ରଖିଥିଲେ । ପରେ ଅବସର ଗ୍ରହଣ କରିଥିବା ଶ୍ରୀମତୀ ସାହୁଙ୍କୁ ମାନପତ୍ର ଉପଢୌକନ ଉପହାର ଦେଇ ସମ୍ମାନୀତ କରାଯାଇଥିଲା । ପରିଶେଷରେ ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଦ୍ୟାଧର ବିଶ୍ଵାଳ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଦୀର୍ଘ ବର୍ଷ ଧରି ବିଦ୍ଯାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରି ଅବସର ଗ୍ରହଣ କରିଥିବା ବେଳେ ଅନ୍ୟ ଦିଗରେ ଏହି ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିଶ୍ୱାଳ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀ ବିଶ୍ୱାଳଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ବିଦ୍ୟାଳୟରୁ ଗତ ଫେବୃଆରୀ ମାସରେ ହିନ୍ଦି ଶିକ୍ଷକ ଚିତ୍ତରଞ୍ଜନ ସାହୁ ଓ ଏପ୍ରିଲ ମାସରେ ସଂସ୍କୃତ ଶିକ୍ଷକ ମନ୍ମଥ କୁମାର ସାହୁ ଚାକିରୀରୁ ଅବସର ଗ୍ରହଣ କରିସାରିଛନ୍ତି।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *