ପୂର୍ତ୍ତ ବିଭାଗ ରାସ୍ତାରରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ , ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା କାହିଁକି ?

ପୂର୍ତ୍ତ ବିଭାଗ ରାସ୍ତାରରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ , ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା କାହିଁକି ?

 ପରଜଙ୍ଗ :01.08.23 BREAKING NEWS ODIA (report by nirmal gadanayak) ଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? ଠିକ୍ ସେହିପରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାରରୁ ଥାନା ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ଭାଲୁମୁଣ୍ଡା ଛକ ପର୍ଯ୍ୟନ୍ତ ରହିଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ପୃଥକ ପୃଥକ ୨ଟି ସ୍ଥାନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାରେ ୨ଟି ଖାଲ ରହିଛି ।ଏହି ଖାଲ ୨ଟିରେ ବର୍ଷା ପାଣିରେ ଉବୁଡୁବୁ ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଆଜି ପର୍ଯ୍ୟନ୍ତ ଭାଙ୍ଗୁନାହିଁ ।ଏଥି ମଧ୍ୟରୁ ଥାନା ତହସିଲ କାର୍ଯ୍ୟାଳୟ ଠାରୁ ପ୍ରାୟ ଶହେ ମିଟର ମଧ୍ୟରେ ରାସ୍ତା ଉପରେ ଗୋଟିଏ ଖାଲ ଓ ଅନ୍ୟଟି ଉକ୍ତ ଖାଲ ଠାରୁ ଆଗରେ ରେଳପଥ ନିର୍ମାଣ ଓଭର ବ୍ରିଜ ତଳେ ଗୋଟିଏ ଖାଲ ରହିଛି ।ସାମାନ୍ୟ ବର୍ଷା ହେଉ କିମ୍ବା ବଡ ଧରଣର ବର୍ଷା ହେଉ ଉଭୟ ଦୁଇଟି ଯାକ ଖାଲରୁ ବର୍ଷାପାଣି ନିଷ୍କାସନ ହୋଇ ନପାରି ପୋଖରୀ ଗାଡିଆ ଦୃଶ୍ୟ ଦେଖିବାକୁ ମିଳିଥାଏ ।ଫଳରେ ଏହି ରାସ୍ତା ଉପରେ ଦୈନଦିନ ୮ଟି ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ଯାତ୍ରୀ ଗାଡିଆ ପାଣିରେ ଯାତାୟତ କରିବା ପାଇଁ ଦିଗହରା ହୋଇପଡିଥାନ୍ତି ।ବିଶେଷ କରି ଦୁଇ ଚକିଆ ଯାନ ଓ ସାଇକେଲ ଆରୋହୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି ।ଉକ୍ତ ରାସ୍ତାରେ ରହିଥିବା ଖାଲ ୨ଟି ମରାମତି କରିବା ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ ହେଉଥିଲେ ମଧ୍ୟ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଯାଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ବର୍ଷା ପାଣିରେ ଯାତ୍ରୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ସ୍କୁଲ କଲେଜ , ଆଟିଆଇ ସମେତ ଅନ୍ୟ ସମସ୍ତ ଅନୁଷ୍ଠାନର ଛାତ୍ର ଛାତ୍ରୀ ,କର୍ମଚାରୀ ଯାତାୟତ କରିବାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।ରାସ୍ତାରେ ଯାତ୍ରୀ ଭୋଗୁଥିବା ଦୁର୍ଦ୍ଦଶାକୁ ବିଭାଗୀୟ ଅଧିକାରୀ ଏହାକୁ ଦେଖି ନଦେଖିବା ଭଳି ନୀରବ ରହିଯାଇଛନ୍ତି । ଯାହାକି ନିକଟରେ ଜନସାଧାରଣଙ୍କ ଗମନାଗମନ ଅସୁବିଧାକୁ ନେଇ ଜନଆନ୍ଦୋଳନ ତୀବ୍ରତର ହେବ ବୋଲି ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *