ପୁଲିସ ଅଧିକାରୀମାନେ ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍‌: ଶ୍ରୀ ଶିବ ଟପୋ

      ପୁଲିସ ଅଧିକାରୀମାନେ ଶିଶୁମାନଙ୍କ ପ୍ରତି

REPORT BY BIJAY KUMAR PANDA

ସମ୍ବେଦନଶୀଳ ହେବା ଉଚିତ୍‌: ଶ୍ରୀ ଶିବ ଟପୋ
କଟକ ତା ୧୬.୦୯.୨୦୨୩ (B.N.O)REPORT BY BIJAYKUMAR PANDA ଶିଶୁମାନଙ୍କ ସମ୍ବନ୍ଧିତ ବିଭିନ୍ନ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ପୁଲିସ ଅଧିକାରୀମାନେ ସମ୍ବେଦନଶୀଳତାର ସହ ପଦକ୍ଷେପ ନେବା ଉଚିତ୍ । ପୁଲିସ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଅଧିକ ସଚେତନ ତଥା ସମ୍ବେଦନଶୀଳ କରାଇବା ନିମନ୍ତେ ଗତକାଲି କଟକ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଶିଶୁ ଆଇନ୍‌, ଧାରା, ନୀତି ଏବଂ ନିୟମାବଳୀ ଉପରେ ପୁଲିସ ଅଧିକାରୀମାନଙ୍କ ସଚେତନତା କର୍ମଶାଳାରେ ଯୋଗ ଦେଇ କଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ସେ କହିଲେ ଯେ, ଶିଶୁମାନଙ୍କ ମାମଲା ପରିଚାଳନା ସମୟରେ ପୁଲିସ ଅଧିକାରୀମାନେ ଅଧିକ ଦାୟିତ୍ୱବାନ୍ ହେବା ଆବଶ୍ୟକ । ଏହି ଅବସରରେ “ଚାଇଲଡ ଫ୍ରେଣ୍ଡଲି ପୋଲିସ” ଉପରେ ଆଧାରିତ ଏକ ଷ୍ଟିକର ଉନ୍ମୋଚନ କରାଯାଇଥିଲା । କଟକ ସଦର ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡା ଉପସ୍ଥିତ ପୁଲିସ ଅଧିକାରୀମାନଙ୍କୁ ଶିଶୁମାନଙ୍କ ଆଇନ ଉପରେ ଅଧିକ ସତର୍କ ହେବା ତଥା କୌଣସି ଶିଶୁ ଉଦ୍ଧାର ହେଲେ ପୁଲିସ ପକ୍ଷରୁ ଯେପରି କୌଣସି ଅବହେଳା କରାନଯାଏ ସେ ଦିଗରେ ଯତ୍ନବାନ୍ ଦେବାକୁ ପରାମର୍ଶ ଦେଇଥିଲେ ।
କଟକ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କିଶୋର ଆଚାର୍ଯ୍ୟ କର୍ମଶାଳାରେ ଉଦବୋଧନ ଦେଇ ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ ଓ ଏହିସବୁ ଆଇନର କାର୍ଯ୍ୟକାରିତା ସମୟରେ ପୁଲିସ ଅଧିକାରୀମାନେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ସେ ସମ୍ବନ୍ଧରେ ଅବଗତ କରାଇଥିଲେ । ଶିଶୁ ଚାଲାଣ, ଶିଶୁ ଶ୍ରମିକ ଉଦ୍ଧାର, ଶିଶୁ ଯୌନ ଶୋଷଣ, ବାଲ୍ୟବିବାହ ଆଦି ଘଟଣାଗୁଡିକରେ ଉଦ୍ଧାର ହେଉଥିବା ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳତାର ସହ ବ୍ୟବହାର କରିବା ଓ ସେମାନଙ୍କୁ କିପରି ସୁରକ୍ଷିତ ଥଇଥାନ କରିବା ସେ ଦିଗରେ ମାନବିକତାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ସେ ମତବ୍ୟକ୍ତ କରିଥିଲେ । ଉତ୍କଳ ସେବକ ସମାଜର ସଭାପତି ଶ୍ରୀ ଅମିୟ ଭୂଷଣ ବିଶ୍ୱାଳ ପୁଲିସ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ଶିଶୁମାନଙ୍କ ମାମଲା ପରିଚାଳନା କ୍ଷେତ୍ରରେ ପୋଲିସ ଅଧିକାରୀମାନେ ସମ୍ବେଦନଶୀଳ ଭାବରେ ପ୍ରକ୍ରିୟାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । କର୍ମଶାଳାରେ ଜିଲ୍ଲାର ବିିଭିନ୍ନ ଥାନାର ଆରକ୍ଷୀ ନିରିକ୍ଷକ, ଉପଖଣ୍ଡ ପୋଲିସ ଅଧିକାରୀ, ବାଳ ଅପରାଧ ନ୍ୟାୟିକ ପରିଷଦର ସଦସ୍ୟ ଓ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟ, ସହକାରୀ ସୂଚନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *