ପରଜଙ୍ଗ ମହାବିଦ୍ୟାଳୟରେ କନ୍ୟାଶିକ୍ଷା ସଚେତନତା ରାଲି 

NEWS BY NIRMAL GADANAYAK(PARJANG)

ପରଜଙ୍ଗ:08.12.23(B.N.O.) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟରେ ଜାରି ରହିଛି ଓଡ଼ିଶା ସରକାରଙ୍କ ଆଇ ୱାଇ ଡି ପି ଆନୁକୁଲ୍ୟରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ବର୍ତ୍ତମାନ ଆଧୁନିକ ସମାଜରେ ଯୁବ ପ୍ରତିଭା ବିଭିନ୍ନ କ୍ଷେତ୍ରରେ କିପରି ଅଗ୍ରଣୀ ଦିଗରେ ଅଗ୍ରଗତି ହୋଇ ପାରିବେ ସେ ଦିଗରେ ଉକ୍ତ ଅନୁଷ୍ଠାନର ବିଦ୍ୟାର୍ଥୀଙ୍କ ମଧ୍ୟରେ କାର୍ଯ୍ୟକ୍ରମ ବଳବତ୍ତର ରହିଛି । ସେଥି ପାଇଁ ବ୍ଲକ ରାସ୍ତାରେ +୨ ଓ+୩ ର ବିଦ୍ୟାର୍ଥୀ ମାନେ ସାମ୍ପ୍ରତିକ ସମାଜରେ କିପରି ନାରୀ ମାନେ ସୁରକ୍ଷିତ ରହି ବିଭିନ୍ନ ସମସ୍ୟାକୁ ମୁକାବିଲା କରିବ ସେଥି ପାଇଁ କନ୍ୟା ଶିକ୍ଷା ଉପରେ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ବାଲ୍ୟ ବିବାହ , କନ୍ୟାଭୃଣ , ନାରୀ କଳୁଷିତ ସମାଜରେ ସୁରକ୍ଷିତ ରହିବା ଦିଗରେ ଏକ ସଚେତନତା ରାଲି କରି ଡ଼ାକବାଜି ଯନ୍ତ୍ରରେ ବିଦ୍ୟାର୍ଥୀ ମାନେ ନାରାବାଜି ଦେଇ ନିଜ ଅନୁଷ୍ଠାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଶୃଙ୍ଖଳିତ ରାଲିରେ +୩ ୟୁନିଟର ଅଧ୍ୟାପକ ଅଞ୍ଜନ କୁମାର ମହାରଣା ଓ +୨ୟୁନିଟର ଅଧ୍ୟାପକ କୁଳମଣି ମେହେର କୋଡ଼ିନେଟର ଦାୟିତ୍ଵ ନିର୍ବାହ କରୁଥିବା ବେଳେ କଲେଜର ଅଧ୍ୟକ୍ଷ ଡ,ନିହାର ରଞ୍ଜନ ସାହୁ ସମସ୍ତ କାର୍ଯ୍ୟ ପରିଚାଳିତ ଦାୟିତ୍ଵ ହସ୍ତାନ୍ତର କରୁଛନ୍ତି ।ତତ୍ ସହିତ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ,ସଚ୍ଚିଦାନନ୍ଦ ପ୍ରଧାନ,ବିକାଶ ପ୍ରଧାନ ,ସମୀର ମୁକୁଟ,ସଞ୍ଜୟ ମୁଦୁଲି ,ନଗେନ କୁମାର ମୁଦୁଲି,କମଳ ଲୋଚନ ଭୋଇ ଅଧ୍ୟାପିକା ସସ୍ମିତା ସାହୁ, ସୁସ୍ମିତା ସାହୁ , ଜୟଯୁକ୍ତା ପଟ୍ଟନାୟକ , ଦେବୀକୃପା ଦଳବେହେରା କର୍ମଚାରୀ ବିନୟ କୁମାର ଦଳବେହେରା, ଭବାନୀ ଶଙ୍କର ଦଳବେହେରା (ମଣ୍ଟୁ) ସୁବଳ ଦଳବେହେରା ,ବେଣୁଧର ଦଳବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ରାଲି ଶେଷରେ ଅନୁଷ୍ଠାନ ସଭା ଗୃହରେ ଅଧ୍ୟକ୍ଷ ଡ ନିହାର ରଞ୍ଜନ ସାହୁଙ୍କ ସଭାପତିତ୍ବରେ ବାଲ୍ୟ ବିବାହ ଓ ନାରୀର ପ୍ରମୁଖ ଭୂମିକା ଉପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଦସ୍ୟ ତଥା ସମାଜ ସେବୀ ନିରାକାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନାରୀ ମାନଙ୍କ ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅଧ୍ୟାପକ ଅଞ୍ଜନ କୁମାର ମହାରଣା ଓ କୁଳମଣି ମେହେର ଦାୟିତ୍ଵ ନିର୍ବାହ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *