ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନାଳନ୍ଦା ପବ୍ଲିକ୍ ସ୍କୁଲ ସିଡିଏ କଟକର ଚତୁର୍ଥତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କ ଗହଣରେ ଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି।

ଭୁବନେଶ୍ୱର ୧୭-୦୧-୨୦୨୬( ବି.ଏନ .ଓ ) :(ବିଜୟ କୁମାର ପଣ୍ଡା )  ନାଳନ୍ଦା ପବ୍ଲିକ୍ ସ୍କୁଲ ସିଡିଏ କଟକର ଚତୁର୍ଥତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କ ଗହଣରେ ଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। ଲୋକସଭାର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି, ବସୁନ୍ଧରା ଅନାଥାଶ୍ରମର ସେକ୍ରେଟାରୀ ଶୈଳ ବେହେରା ଓ ଡି.ଏ.ଭି ଓ ଏସ୍‌.ସି.ବି ପବ୍ଲିକ ସ୍କୁଲର ଚେୟାରମ୍ୟାନ ତଥା କଳାବିକାଶ କେନ୍ଦ୍ରର ପରଚାଳକ ଟ୍ରଷ୍ଟି ରବୀନ୍ଦ୍ରନାଥ ମହାନ୍ତି ସମ୍ମାନିତ ଅତିଥି, କଟକ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କିଶୋର କୁମାର ମହାନ୍ତି ମୁଖ୍ୟ ବକ୍ତାଭାବେ ଯୋଗଦେଇ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଓ ଶିକ୍ଷା ପଦ୍ଧତି ଉଚ୍ଚକୋଟୀର ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ଚେୟାରମ୍ୟାନ ସୁଶ୍ରୀ ଯଶସ୍ୱିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ହଫସା ସମିମ୍ ବାର୍ଷିକ ବିବରଣୀ ପାଠ କରିଥିଲେ। ସମାଜସେବୀ ଶର୍ମିଷ୍ଠା ନାଥଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନାଳନ୍ଦା ବିଦ୍ୟାଳୟର ଆଦର୍ଶ ପଣ୍ଡା, ପ୍ରଜ୍ଞା ପରମିତା ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିନାୟକ ବେହେରା, ଏସ୍‌.ଏମ୍‌.ତବରେଜ୍ ଉସ୍‌ମାନୀ ତଥା କ୍ଲାଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗୁରୁପ୍ତି ପ୍ରଧାନ ପ୍ରଭୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଚମ୍ପିୟାନ ଅଗସ୍ତ୍ୟା ନାୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ନାଳନ୍ଦା ପବ୍ଲିକ୍ ସ୍କୁଲ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର ପୟୋସ୍ୱିନୀ ସାହୁ, ସୂର୍ଯ୍ୟ ପ୍ରକାଶ ସାହୁ, ନିହାଲ ଅଗ୍ରୱାଲ, ମୁସ୍କାନ୍ ଝୱର, ଡମ୍ବରୁଧର ମହାପାତ୍ର ତଥା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାହଜାବିନ୍ ଅଲ୍ଲି ଖାନ ଓ ସ୍ମରଣୀକା ସାହୁଙ୍କୁ ଆଜିର ଉତ୍ସବରେ ସମ୍ମାନିତ କରାଯାଇଥିଲା। ସ୍କୁଲର ବରିଷ୍ଠ ଶିକ୍ଷକ କ୍ରିଷ୍ଣକାନ୍ତ ଯାଦବ, ଚନ୍ଦନ କୁମାର, ବିଶ୍ୱଜିତ୍ ମହାପାତ୍ର ଓ ମଧୁମିତା ହୋତାଙ୍କୁ ତାଙ୍କର ଉତ୍କର୍ଷ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା।

ପିଲାଙ୍କୁ ଦିଗ୍‌ଦର୍ଶନ…

ମୁଖ୍ୟବକ୍ତା ପିଲାମାନଙ୍କ ଚରିତ୍ର ଗଠନ ଦିଗରେ ଆଲୋକପାତ କରି ଅଧ୍ୟବସାୟ, ଶୃୃଙ୍ଖଳିତ ଜୀବନ, ସକରାତ୍ମକ ଚିନ୍ତାଧାରା ଏକ ସୁନ୍ଦର ନୈତିକ ଜୀବନ ଗଢିତୋଳିବା ଦିଗରେ ସଫଳତାର ଚାବିକାଠି ବୋଲି ପିଲାମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ବିଦ୍ୟାଳୟର ଡିନ୍ ଡକ୍ଟର ଅଂଶୁମାନ ମହାନ୍ତି ଅତିଥି ପରିଚୟ କରାଇଥିଲେ ଓ କାର୍ଯ୍ୟକ୍ରମ ଶେଷରେ ସମନ୍ୱୟକାରୀ ମଧୁଚ୍ଛନ୍ଦା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *