ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର : ଆସନ୍ତାକାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର । 

ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର : ଆସନ୍ତାକାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର ।

             BREAKINGNEWSODIA

କଟକ :BNO-(୧୭-ଜୁଲାଇ-୨୦୨୪) ସସିବି ମେଡିକାଲରେ ଘନେଇବାରେ ଲାଗିଛି ନର୍ସିଂ ଅଫିସର୍‍ ଓ ହାଉସ ସର୍ଜନଙ୍କ ବିବାଦ । ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବେ  ନର୍ସିଂ ସଂଘ । ଆସନ୍ତାକାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର । ଏନେଇ ଓଡ଼ିଶା ନର୍ସିଂ ସଂଘର ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କାଲିଠୁ ସାରା ରାଜ୍ୟରେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । ତିନି ଦିନ ପ୍ରତିକାତ୍ମକ ଆନ୍ଦୋଳନ କରିବେ, ଉପୁଜିଥିବା ବିବାଦର ଶୀଘ୍ର ସମାଧାନ ନହେଲେ ୨୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନ ଯୋଗୁ ଏସସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ନର୍ସିଂ ସଂଘର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ୩ ଡାକ୍ତର ସଂଘ । ଏସସିବି ଜୁନିୟର ଡାକ୍ତର ସଂଘ, ଏସସିବି ଡାକ୍ତର ଛାତ୍ର ସଂଘ ଓ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ନର୍ସିଂ ସଂଘକୁ ସମର୍ଥନ ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *