ଧର୍ମରକ୍ଷା ଓ ଶାନ୍ତିସ୍ଥାପନ ହେଉଛି କଳକୀ ସେନାର ମୂଳମନ୍ତ୍ର -ସଦଗୁରୁ କଳକୀବାବା

ଧର୍ମରକ୍ଷା ଓ ଶାନ୍ତିସ୍ଥାପନ ହେଉଛି କଳକୀ ସେନାର ମୂଳମନ୍ତ୍ର -ସଦଗୁରୁ କଳକୀବାବା
କଟକ : ତା.8.8 BREAKING NEWS ODIA (report by bijay kumar panda)ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଧର୍ମସଭାରେ ସଦଗୁରୁ କଳକୀବାବା ଯୋଗଦେଇ କହିଲେ -ଧର୍ମରକ୍ଷା ଓ ଶାନ୍ତି ସ୍ଥାପନ ହେଉଛି କଳକୀ ସେନାର ମୂଳମନ୍ତ୍ର ! ଏହି ବାର୍ତ୍ତାକୁ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଜଣାଇବା ହେଉଛି ପ୍ରତ୍ୟେକ ସେନାନୀର ସାଧୁ ଉଦ୍ୟମ ! ନରାଜ-ମାର୍ଥାପୁରସ୍ଥିତ ଶ୍ରୀ ଅନନ୍ତବାସୁଦେବ ମନ୍ଦିର ପରିସରରେ ଆୟୋଜିତ ଧର୍ମସଭାରେ କଳକୀରତ୍ନ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱ କରିଥିଲେ ! ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯିବାପରେ ମୁଖ୍ୟ ପ୍ରବକ୍ତା ପ୍ରସନ୍ନାନନ୍ଦ ଦାସଗୁରୁ ମୌନୀବାବା କହିଲେ – ସନାତନ ଧର୍ମର ମୂଳତତ୍ତ୍ୱକୁ କଳକୀ ସେନା ପ୍ରଚାର କରିବା ଯୁଗ ପରିବର୍ତ୍ତନର ସୂଚନା ଦେଉଛି ବୋଲି ଭକ୍ତମାନଙ୍କ ପାଇଁ ଶୁଭ ସୂଚନା ! ଅନ୍ୟମାନଙ୍କ ମଧ୍ୟରେ ସେନାର ପ୍ରଚାର କମିଟି ଅଧ୍ୟକ୍ଷ ଆଡ଼ଭୋକେଟ ଏସ. ପିନାକୀନ, କେନ୍ଦ୍ର ଲୋକସମ୍ପର୍କ ପ୍ରମୁଖ ବିଜୟ କୁମାର ସାମଲ, ଆଡ଼ଭୋକେଟ ପ୍ରସନ୍ନ କୁମାର ମହାପାତ୍ର, ପ୍ରଭାତ କୁମାର ସାହୁ ଓ ନିଶିକାନ୍ତ ପରିଡା ପ୍ରମୁଖ କଳକୀ ଦର୍ଶନ ଉପରେ ବିଶଦଭାବେ ଆଲୋଚନା କରିଥିଲେ ! ଶେଷରେ ପଣ୍ଡିତ ନିରାକାର ପଣ୍ଡା ଧନ୍ୟବାଦ ଦେବାପରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା !

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *