ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବିରେ ଆପ୍ ର ପ୍ରତିବାଦ ସଭା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବିରେ ଆପ୍ ର ପ୍ରତିବାଦ ସଭା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

ଢ଼େଙ୍କାନାଳ :୦୫/୦୭/୨୩(ବି ଏନ୍ ଓ) ଓଡ଼ିଶାର ପ୍ରତି ପରିବାରକୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ ଦେୟମୁକ୍ତ ତଥା ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ଏବଂ ବିଛିନ୍ନ କରାଯାଇଥିବା ବିଦ୍ୟୁତ୍ ସଂଯୋଗକୁ ଯୋଡିବା ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟର ସ୍ଥାନୀୟ ବାଜିଚୌକ ଛକ ଠାରୁ ଶୋଭାଯାତ୍ରା ଏବଂ ଏକ ପ୍ରତିବାଦ ସଭା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପରିଡା, ସମ୍ମାନୀୟ ଅତିଥି ଭାବେ ମହିଳା ସଭାନେତ୍ରୀ ବିଜୟାଲକ୍ଷ୍ମୀ ମହାପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁଭାଶିଷ ସ୍ୱାଇଁ ଯୋଗଦେଇ ଓଡ଼ିଶାରେ ବିଜୁଳି ବିଭ୍ରାଟ ଓ ଦିଲ୍ଲୀ, ପଞ୍ଜାବରେ ଆପ୍ ସରକାର ଦ୍ୱାରା ଲୋକଙ୍କୁ ମିଳୁଥିବା ବିଜୁଳି ସୁବିଧା ସମ୍ପର୍କରେ ନିଜ ନିଜ ଅଭିଭାଷଣରେ କହିଥିଲେ l ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସମସ୍ତ ସହର ଓ ଗାଁ ମାନଙ୍କରେରେ ଆପ୍‌ର କାର୍ଯ୍ୟକର୍ତ୍ତା ମାନେ ଘରକୁ ଘର ବୁଲି ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଦାବି କରି ୫ ଲକ୍ଷରୁ ଉର୍ଦ୍ଧ୍ବ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଗତ ଜୁନ ୮ ତାରିଖରେ ଭୁବନେଶ୍ଵର ଠାରେ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏଥିରେ କର୍ଣ୍ଣପାତ କରିବା ପରିବର୍ତ୍ତେ ବିଜୁଳି ବିତରକ ସଂସ୍ଥା “ଟାଟା ପାୱାର”କୁ ସାହସ ଦେବା ଦ୍ବାରା ଓଡ଼ିଶାବାସୀଙ୍କୁ ଶୋଷଣ କରୁଛି । ବାରମ୍ବାର ଅଘୋଷିତ ପାୱାର କଟ୍ ଲୋ-ଭୋଲ୍ଟେଜ ଏବଂ ଏହି ଭୀଷଣ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଲୋକମାନଙ୍କୁ ଅତିଷ୍ଟ କରୁଛି l ଲୋ-ଭୋଲ୍ଟେଜ ଫଳରେ ପଙ୍ଖା ଘୁରୁ ନଥିବା ବେଳେ ଘରେ ଥିବା ବୈଦୁତିକ ଉପକରଣ ଖରାପ ହେଉଛି ବୋଲି ଜିଲ୍ଲା ସଭାପତି ଶ୍ରୀ ନାୟକ ନିଜ ଅଭିଭାଷଣରେ କହିଥିଲେ l ବର୍ତ୍ତମାନ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ସରକାର ଅନ୍ଯ ରାଜ୍ୟରୁ ବିଜୁଳି କିଣି ୭୫ ପ୍ରତିଶତ ସମସ୍ତ ବର୍ଗର ଘରୋଇ ଉପଭୋକ୍ତାଙ୍କୁ ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିଥିବାବେଳେ ପଞ୍ଜାବରେ ଆପ୍ ସରକାର ରାଜ୍ୟର ୮୮ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିଛନ୍ତି ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା କହିଥିଲେ l ଦିଲ୍ଲୀ ଓ ପଞ୍ଜାବ ସରକାର ଦେୟମୁକ୍ତ ବିଜୁଳି ଉପଭୋକ୍ତାଙ୍କୁ ଯୋଗାଇବା ପରେ ମଧ୍ୟ ସେମାନଙ୍କ ଋଣଭାର କମିଥିବା ବେଳେ ଓଡ଼ିଶାରେ ବିଦ୍ୟୁତ୍ ଦର ବଢାଇ ମଧ୍ୟ ଓଡ଼ିଶା ସରକାରଙ୍କ ଋଣଭାର ବଢ଼ି ଚାଲିଛି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା କହିଥିଲେ l ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ହୋଇ ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରୁଥିବା ବେଳେ ଏଠାରେ ବିଦ୍ୟୁତ ଦର ବଢାଇ ଓଡ଼ିଶାବାସୀଙ୍କୁ ଦୀର୍ଘ ଦିନ ଧରି ଶୋଷଣ କରିଚାଲିଛନ୍ତି। ଏପରିକି ସରକାରଙ୍କ ସୌଭାଗ୍ୟ ଯୋଜନାରେ ଦଳିତ ଗରିବ ବସ୍ତି ବାସିନ୍ଦା ଲୋକଙ୍କୁ ଯୋଗାଇ ଦିଆଯାଇଥିବା ସଂଯୋଗ ଏବେ ଟାଟା ପାୱାର ବିଛିନ୍ନ କରିଦେଇଛି l ଏଥିପାଇଁ ସରକାର କୋଟି କୋଟି ଟଙ୍କା ସବସିଡି ଆକାରରେ ଏହି କମ୍ପାନୀକୁ ଅନୁକମ୍ପା ପ୍ରଦାନ କରୁଛନ୍ତି ଜିଲ୍ଲା ଉପସଭାପତି ବିକ୍ରମ ରାଉତ କହିଥିଲେ l ବର୍ତ୍ତମାନ ଅନେକ ଦଳିତ ବସ୍ତି ତଥା ଲୋକମାନଙ୍କର ବିଜୁଳି ଲାଇନ ବିଛିନ୍ନ କରାଯାଇଛି l ଯଥା : ପର୍ଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତର କାଦପଡା, କାମାକ୍ଷାନଗର ବ୍ଲକ ଅଁଳାବେରେଣି ପଞ୍ଚାୟତ ଶାଳପଡା ଓ ଖୁଣ୍ଟବାଟୀ, ଓଡ଼ାପଡ଼ା ବ୍ଲକ ବଳରାମ ପୁର ପଞ୍ଚାୟତର ଦଳିତ ବସ୍ତିର ଲୋକମାନେ ମାସ ମାସ ଧରି ବିଜୁଳି ସେବାରୁ ବଞ୍ଚିତ ଅଛନ୍ତି। ଏପରିକି ଢେଙ୍କାନାଳ ପୌରାଞ୍ଚଳର ବିଭିନ୍ନ ଦଳିତ ବସ୍ତି ଯଥା ହାଟ ରୋଡ ସ୍ଥିତ ଦଳିତ ବସ୍ତିର ସୌଭାଗ୍ୟ ଯୋଜନାର ହିତାଧିକାରୀଙ୍କୁ ଗତ ଦୁଇ ମାସ ହେଲା ଟାଟା ପାଓ୍ବାର ସେମାନଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରିଛନ୍ତି। ଆମ୍ ଆଦମୀ ପାର୍ଟିର ୪ ଦଫା ଦାବି ମଧ୍ୟରେ: ଓଡ଼ିଶାର ପ୍ରତି ପରିବାରକୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଯୋଗାଇ ଦିଆଯାଉ, ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ କରାଯାଉ l ଯଦି ଟାଟା ପାୱାର ଅଧିକ ସମୟ ପାୱାର କଟ୍ କରୁଛି ଦିଲ୍ଲୀ ପରି ଉକ୍ତ କମ୍ପାନୀ ଉପଭୋକ୍ତା ମାନଙ୍କୁ ସେହି ସମୟ ଅନୁସାରେ ଅନୁକମ୍ପା ରାଶି ପ୍ରଦାନ କରୁ, ଲୋ-ଭୋଲଟେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉପଭୋକ୍ତା ଅନୁସାରେ ଟ୍ରାନ୍ସଫର୍ମର ଲଗାଯାଉ, ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଜୁଳି ଯୋଜନା ଅନୁସାରେ ଯେଉଁ ଦଳିତ ଓ ବସ୍ତି ବାସିନ୍ଦା ମାନଙ୍କୁ ପ୍ରଦାନ କରାଯାଇଥିବା ରିହାତି ବିଜୁଳି ସଂଯୋଗ କାଟି ଦିଆଯାଇଛି ତାହା ତୁରନ୍ତ ସଂଯୋଗ କରାଯାଉ l ଯଦି ଏହି ସମସ୍ୟା ଗୁଡିକର ଆସୁ ସମାଧାନ ନହୁଏ, ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ଏବଂ ଦଳିତ ବସ୍ତି ବାସିନ୍ଦା ଗରିବ ଲୋକମାନେ ତାର ଉଚିତ ଜବାବ ଦେବେ ବୋଲି ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ l ଏହି କାର୍ଯ୍ୟକ୍ରମରେ ଦଳିତ ସଭାପତି ବିଛନ୍ଦ ନାଏକ, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଚିନ୍ମୟ ସେନାପତି, ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ସମ୍ପାଦିକା ସଂଯୁକ୍ତା ମହାପାତ୍ର, ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାୟକ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଗଁଦିଆ ସଭାପତି ଶେଷଦେବ ବେହେରା, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ବାଳ, କାମାକ୍ଷାନଗର ବ୍ଲକ ସଭାପତି ରଞ୍ଜନ ସାହୁ, ଓଡ଼ାପଡ଼ା ବ୍ଲକ ସଭାପତି ଲକ୍ଷ୍ମଣ ନାଏକ, ସଂଗଠନ ସମ୍ପାଦକ ଶଙ୍କର୍ଷଣ ଦଳେଇ, ସୁଧାକର ଭୋଇ, ସୋସିଆଲ ମିଡ଼ିଆ ସଂଯୋଜକ ସୁମନ୍ତ ଗୋଛାୟତ, ମହିଳା ନେତ୍ରୀ ନଳିନୀ ସାହୁ, ଜିଲ୍ଲା କୋଷାଧକ୍ଷ ଶରତ ଗିରି, ସଦସ୍ୟ ପ୍ରକାଶ ଭୁତିଆ, ପିତାମ୍ବର ଦାସ, ଯୁବ ସଂଗଠକ ଦେବାଶିଷ ବେହେରା, ଜନରଞ୍ଜନ ରାଉତ, ପ୍ରମୁଖ ଶତାଧିକ କର୍ମୀ ଏବଂ ସମର୍ଥକ ଯୋଗ ଦେଇଥିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *