ଦୁଃଖୀ ଦରିଦ୍ରଙ୍କ ସେବାରେ ସମାଜସେବୀ ସନ୍ତୋଷ ମଲିକ
ଦୁଃଖୀ ଦରିଦ୍ରଙ୍କ ସେବାରେ ସମାଜସେବୀ ସନ୍ତୋଷ ମଲିକ…

ନିଆଳୀ ୨୫-୧୦-୨୦୨୫(ବି.ଏନ .ଓ ) :(ବିଶ୍ଵମ୍ବର ସେନାପତି ) ନିଆଳି ବ୍ଳକର କୃଷ୍ଣ ପ୍ରସାଦ ଗ୍ରାମ ପଞ୍ଚାୟତ ନୂଆ ପିତାପଡା ବୁଢ଼ୀ ମାଉସୀଙ୍କ ପୁଅ ପାଗଳ, ଝାଟି, ମାଟି ଘରେ ଜିବନ ଯାପନ କରୁଛନ୍ତି, ଶୀତ ପଡ଼ିବା ହେତୁ ବୁଢ଼ୀ ମାଉସୀ ଙ୍କୁ କମ୍ବଳ ବଣ୍ଟନ କଲେ ସମାଜସେବୀ ସନ୍ତୋଷ ମଲ୍ଲିକ୍। ଜୀବନରେ ବହୁ ଘାତ୍ ପ୍ରତିଘାତ ଆସିଛି ହେଲେ ସେଥିରେ ଭାଙ୍ଗି ନ ଯାଇ ଧର୍ଯ୍ୟ ରଖି ମାନବ ସେବା ପାଇଁ ଆଗେଇ ଆସିଛନ୍ତି ଜଣେ ଯୁବକ । ସେ ହେଉଛନ୍ତି କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକର ନୂଆପଡା ଗ୍ରାମର ସନ୍ତୋଷ ମଲ୍ଲିକ । ତାଙ୍କ ଜୀବନରେ ଅନେକ ଦୁଃଖ ଘଟି ଯାଇଛି ହେଲେ ସେ ଭାଙ୍ଗି ପଡି ନାହାଁନ୍ତି, ସେ କାନ୍ଦି କାନ୍ଦି କୁହନ୍ତି ଗତ ୮ ବର୍ଷ ତଳେ ତାଙ୍କ ବାପା ଏକ ବ୍ରେନ ଷ୍ଟ୍ରୋକ ରୋଗରେ ପୀଡିତ ହୋଇ,ମେଡ଼ିକାଲରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରେ ବ୍ଲଡ଼ ଆବଶ୍ୟକ ପଡିଲା, ହେଲେ ସେ ବ୍ଲଡ଼ ଟିକେ ପାଇଁ କେତେ ଲୋକଙ୍କୁ ନେହୁରା ହୋଇ ଥିଲେ ହେଲେ ମଧ୍ୟ କେହି ସହଯୋଗ କରିନଥିଲେ ।ରକ୍ତ ଅଭାବରୁ ତାଙ୍କ ବାପାଙ୍କର ଜୀବନ ଚାଲିଯାଇଥିଲା, ସେହି ଦିନ ଠାରୁ ସନ୍ତୋଷ ପ୍ରତିଜ୍ଞା କରିଥିଲା ଯେ ମୋ ବାପାଙ୍କ ପରି ଆଉ କେହି ରକ୍ତ ଟୋପେ ପାଇଁ ନ ମରନ୍ତୁ । ଚିନ୍ତା କରି ନିଜକୁ ଜଣେ ସେବକଟିଏ ଭାବି ସେହି ଦିନ ଠାରୁ କେତେକ ସାଙ୍ଗମାନଙ୍କୁ ନେଇ ପ୍ରତି ବର୍ଷ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି । ଖାଲି ସେତିକି ନୁହେଁଗରିବ ଲୋକଙ୍କୁ ପିନ୍ଧିବା ପାଇଁ ଲୁଗାପଟା ଏବଂ ଡାଲି, ଚାଉଳ ଖାଦ୍ୟ , ଇତ୍ୟାଦି ପ୍ରଦାନ କରିଥିଲେ,। ଖାଲି ସେତିକି ନୁହେଁ ଆଉ ମଧ୍ୟ ନିଜ ଅଞ୍ଚଳରେ ବହୁ ବୃକ୍ଷରୋପଣ କରିଆସୁଛନ୍ତି । ସନ୍ତୋଷ, ଭୁବନେଶ୍ୱରର ଏମ୍ସ ହସ୍ପିଟାଲ୍ ରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି, ସେ ଯାହା କିଛି ଦରମା ପାଆନ୍ତି ସେଥିରେ ଦୁଃଖ କଷ୍ଟରେ ପରିବାର ଚଳେଇବା ସହ ଗରୀବ,ଦୁସ୍ଥ, ଅସହାୟ ଲୋକମାନଙ୍କର ସେବା କରିଥାଆନ୍ତି । ଏହି ମାନବ ସେବା ମୋ ଜୀବନର ବ୍ରତ ବୋଲି ଆମ ପ୍ରତିନିଧିଙ୍କୁ ଭେଟି ସନ୍ତୋଷ କହିଛନ୍ତି । ସମହସପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କୁ ବିଭିନ୍ନ ସହାୟତାର ହାତ ବଢ଼ାଇ ଥାଆନ୍ତି । ସନ୍ତୋଷ ପିଲାଦିନୁ ଲୋକମାନଙ୍କର ସେବା କରିବା ପାଇଁ ବହୁ ସପ୍ନ ଦେଖିଥିଲେ ବୋଲି କୁହନ୍ତି ।

