ତାମିଲନାଡ ମର୍ସାଟାଂଇଲ୍ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ୧୦ ଆଙ୍କର ନିବେଶକଙ୍କଠାରୁ ୩୬୩.୫୩ କୋଟି ଟଙ୍କା ହାସଲ

ତାମିଲନାଡ ମର୍ସାଟାଂଇଲ୍ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ୧୦ ଆଙ୍କର ନିବେଶକଙ୍କଠାରୁ ୩୬୩.୫୩ କୋଟି ଟଙ୍କା ହାସଲ

 ଇକ୍ୱିଟି ସେୟାର ପିଛା ୫୧୦ ଟଙ୍କା ମୂଲ୍ୟରେ ୭୧,୨୮,୦୦୦ ଇକ୍ୱିଟି
ସେୟାର ଆବଂଟନ
 ଅଣ-ଆଙ୍କର ଅଫର ୨୦୨୨ ସେପ୍ଟେମ୍ବର ୫ରେ ଖୋଲିବ ଓ ୭ ତାରିଖରେ ବନ୍ଦ
ହେବ
ଭୁବନେଶ୍ୱର: ତାମିଲନାଡ୍ ମର୍ସାଟାଂଇଲ୍ ବ୍ୟାଙ୍କ ପ୍ରସ୍ତାବ ଇନିସିଆଲ
ପବ୍ଲିକ ଅଫର (ଆଇପିଓ) ପୂର୍ବରୁ ସେୟାର ପିଛା ୫୧୦ ଟଙ୍କାରେ ୧୦ ଆଙ୍କର
ନିବେଶକଙ୍କୁ (୨୧ ଆବେଦନ) ୭୧,୨୮,୦୦୦ ଇକ୍ୱିଟି ସେୟାର ଜାରି କରିଛି
ଓ ୩୬୩.୫୩ କୋଟି ଟଙ୍କା ହାସଲ କରିଛି ।
ସେହି ଆଙ୍କର ନିବେଶକମାନେ ହେଉଛନ୍ତି ବଜାଜ ଆଲିଆଂଜ ଲାଇଫ
ଇନ୍‌ସ୍ୟୁରାନ୍ସ, ନୁମୋରା ସିଙ୍ଗାପୁର ଲିମିଟେଡ୍‌-ଓଡିଆଇ, ବ୍ଲେଣ୍ଡ୍ ଫଣ୍ଡ୍‌
୨, ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସ କଂପାନି ଲିମିଟେଡ୍‌, ସୋସେଇଟି
ଜେନେରାଲ-ଓଡିଆଇ, କୋଟାକ୍ ମହିନ୍ଦ୍ରା ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି
ଲିମିଟେଡ୍‌, ଚୋଳମଣ୍ଡଳମ ଏମ୍‌ଏସ ଜେନେରାଲ ଇନସ୍ୟୁରାନ୍ସ କଂପାନି
ଲିମିଟେଡ୍‌, ଆଉଥୁମ ଇନଭେଷ୍ଟମେଂଟ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚର
ଲିମିଟେଡ୍‌୍‌, ଆଲକେମି ଭେଂଚର୍ସ ଫଣ୍ଡ ସ୍କିମ୍‌-୧ ଓ ମନିୱାଇଜ
ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍ ।
କଂପାନିର ମୋଟ ଅଫର ପରିମାଣ ୧୫,୮୪୦,୦୦୦ ସଂଖ୍ୟକ ଇକ୍ୱିଟି ସେୟାର
ପର୍ଯ୍ୟନ୍ତ ରହିଛି ଯେଉଁଥିରେ ଇକ୍ୱିଟି ସେୟାରଗୁଡ଼ିକୁ ନୂଆ ଭାବେ
ଜାରି କରାଯିବ ।
ଏହି ଅଫରରୁ ଯେଉଁ ପାଣ୍ଠି ହାସଲ ହେବ ତାହାକୁ ବ୍ୟାଙ୍କର ଭବିଷ୍ୟତ ପୁଂଜି
ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କର ଟାୟାର-୧ ପୁଂଜିକୁ ଦୃଢ଼
କରିବାରେ ବ୍ୟବହାର କରାଯିବ ଯାହା ଦ୍ୱାରା ବ୍ୟାଙ୍କର ସଂପତି ବିଶେଷ କରି
ବ୍ୟାଙ୍କର ଋଣ/ ଅଗ୍ରୀମ ଓ ନିବେଶ ପୋର୍ଟଫୋଲିଓରେ ବୃଦ୍ଧି ହେବ ଏବଂ
ନିୟମିତ ବ୍ୟବଧାନରେ ପୁଂଜି ସ୍ୱଚ୍ଛଳତା ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ
କରୁଥିବା ବୈଧାନିକ ନିୟମ ପାଳନକୁ ନିଶ୍ଚିତ କରିବ ବୋଲି ଆଶା
କରାଯାଉଛି ।

ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୫୦୦ ଟଙ୍କାରୁ ୫୨୫ ଟଙ୍କା ମଧ୍ୟରେ
ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୨୮ଟି ଇକ୍ୱିଟି ସେୟାର ପାଇଁ ବିଡ୍‌
ଦାଖଲ କରିହେବ ଏବଂ ଏହା ପରେ ୨୮ଟି ଲେଖାଏଁ ଗୁଣିତକ ହିସାବରେ
ଆଗକୁ ବଢ଼ିବାକୁ ହେବ ।
ଏହି ଅଫରର ବୁକ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍‌
କ୍ୟାପିଟାଲ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍‌
ଆଡଭାଇଜର୍ସ ଲିମିଟେଡ୍ ଓ ଏସବିଆଇ କ୍ୟାପିଟାଲ୍ ମାର୍କେଟସ୍‌
ଲିମିଟେଡ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *