ଟିସିଏସ୍ ଓ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍‌ ୨୦୨୨ ଘୋଷଣା

ଟିସିଏସ୍ ଓ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍‌ ୨୦୨୨ ଘୋଷଣା

ଟାଟା କନ୍‌ସଲଟାନ୍ସି ସର୍ଭିିସେସ୍ ଓ କର୍ଣ୍ଣାଟକ ସରକାରଙ୍କ ଅଗ୍ରଗାମୀ କୁଇଜ୍ ସାରା ଭାରତରେ କ୍ଷୁଦ୍ର ସହରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟି ସଚତନତା ବଢ଼ାଉଛି

ଭୁବନେଶ୍ୱର: ଟାଟା କନ୍‌ସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ଓ କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି, ବିଟି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଗ୍ରାମୀଣ ଆଇଟି କୁଇଜ୍‌ର ୨୩ତମ ସଂସ୍କରଣ ଘୋଷଣା କରାଯାଇଛି ଯାହା ସାରା ଭାରତ ପାଇଁ ଉନ୍ମୁକ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ହେଉଛି ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ ୨୦୨୨ର ଏକ ଅଂଶ । ଏହି କୁଇଜ୍ ହେଉଛି ଅନଲାଇନ୍ ପରୀକ୍ଷା ଏବଂ ଭର୍ଚୁଆଲ୍ ଓ ପ୍ରତ୍ୟକ୍ଷ କୁଇଜ୍ ସୋ’ର ମିଶ୍ରଣ । କ୍ଷୁଦ୍ର ସହର ଓ ଜିଲ୍ଲାର ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଉତ୍ସାହିତ କରାଯାଉଛି । ନଗର ନିଗମ ସୀମା ଭିତରେ ଥିବା ସ୍କଲ୍ ଗୁଡ଼ିକ ପାଇଁ ଏହି କୁଇଜ୍ ଖୋଲା ରହିବନି । ଏହି କୁଇଜ୍‌ରେ ବିଭିନ୍ନ କ୍ଷେତ୍ର ଓ ବିଷୟ ଯଥା ପ୍ରଯୁକ୍ତି ପରିବେଶ, ବ୍ୟବସାୟ ଆଦିରେ ପ୍ରଯୁକ୍ତିର ପ୍ରୟୋଗ, ଏହାର ଲୋକ, ନୂତନ ଧାରା ଓ କିମ୍ବଦନ୍ତୀ, ଇଟଂର୍‌ନେଟ୍‌ର ଦୁନିଆ ଓ ସ୍ୱତନ୍ତ୍ର ୱେବସାଇଟ୍‌, ଆଇଟି ବଜ୍‌୍‌ୱାର୍ଡ, ଆକ୍ରୋନିମ୍‌ସ, ଜାତୀୟ ଓ ଅନ୍ତର୍ଜାତୀୟ ଆଇଟି ବ୍ୟକ୍ତିତ୍ୱ, ଯୋଗାଯୋଗ କଂପାନି, ସଫ୍‌ଟଓୟାର ଉତ୍ପାଦ ଓ ଆଇଟିର ଇତିହାସ ଉପରେ ଗୁରୁତ୍ୱାରୋପ କରିବ ।ଶିକ୍ଷା, ମନୋରଂଜନ, ପୁସ୍ତକ, ମଲ୍‌ଟିମିଡିଆ, ସଙ୍ଗୀତ, ସିନେମା, ଇଟଂରନେଟ୍‌, ବ୍ୟାଙ୍କିଙ୍ଗ, ବିଜ୍ଞାପନ, କ୍ରୀଡ଼ା, ଗେମିଂ, ସୋସିଆଲ୍ ନେଟୱର୍କିଂ ଓ ମୋବାଇଲ୍‌ର ଦୁନିଆ ଆଦି କ୍ଷେତ୍ର ଯେଉଁଠାରେ ଆଇଟି ପ୍ରଭାବ ସୃଷ୍ଟି କରିଛି ତାହା ମଧ୍ୟ ଏହି କୁଇଜ୍‌ର ଅନ୍ତର୍ଭୁକ୍ତ ହେବ । ସାରା ଭାରତରେ ଆଠ ଆଂଚଳିକ ଫାଇନାଲ୍ ହେବ । ପ୍ରତି ଆଂଚଳିକ ଫାଇନାଲ୍‌ର ବିଜେତାମାନଙ୍କୁ ନଭେମ୍ବରରେ ବେଙ୍ଗାଲୁରୁରେ ହେବାକୁ ଥିବା ଜାତୀୟ ଫାଇନାଲ୍ ପାଇଁ ଆମନ୍ତ୍ରଣ କରାଯିବ । ସମସ୍ତ ଆଂଚଳିକ ବିଜେତାଙ୍କୁ ୧୦ ହଜାର ଟଙ୍କାର ଗିଫ୍ଟ ଭାଉଚର୍ ଓ ଉପ ବିଜେତାଙ୍କ ୭୦୦୦ ଟଙ୍କାର ଭାଉଚର୍ ପ୍ରଦାନ କରାଯିବ । ଜାତୀୟ ବିଜେତାଙ୍କୁ ୧,୦୦,୦୦୦ ଟଙ୍କାର ଟିସିଏସ୍ ଶିକ୍ଷା ବୃତି ଓ ଜାତୀୟ ଉପ ବିଜେତାଙ୍କୁ ୫୦,୦୦୦ ଟଙ୍କାର ବୃତି ସହ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ ।
ପଞ୍ଜୀକରଣ: ଏହି କୁଇଜ୍‌ରେ ଅଂଶଗ୍ରହଣ କରିବା ଲାଗି ଛାତ୍ରଛାତ୍ରୀମାନେ ୨୦୨୨ ସେପ୍ଟେମ୍ବର ୧୮ ପୂର୍ବରୁ https://iur/ls/tcsruralitquiz2ରେ ପଞ୍ଜୀକରଣ କରିପାରିବେ । କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି, ବିଟି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗଙ୍କ ସହଯୋଗିତାରେ ୨୦୦୦ ପରଠାରୁ ଟିସିଏସ୍ ପକ୍ଷରୁ ଗ୍ରାମୀଣ ଆଇଟି କୁଇଜ୍ ଆୟୋଜନ କରାଯାଉଛି । ଏହାର ଲକ୍ଷ୍ୟ ହେଉଛି ସାରା ଭାରତର ଛୋଟ ସହର ଓ ଜିଲ୍ଲାଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟି ସଚେତନତାରେ ଉନ୍ନତି ଆଣି ପ୍ରଯୁକ୍ତି ଦୁନିଆରେ ହେଉଥିବା ସଦ୍ୟତମ ବିକାଶ ବିଷୟ ସହ ସେମାନଙ୍କୁ ଅବଗତ ରଖିବା । ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ୨୦ ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିଛି ଓ ଭାରତରେ ଗ୍ରାମୀଣ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଆଇଟି କୁଇଜ୍ ଭାବେ ଲିମ୍‌କା ବୁକ୍ ଅଫ୍ ରେକର୍ଡରେ ମଧ୍ୟ ମାନ୍ୟତା ହାସଲ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *