ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ ଖଣି ସ୍ୱାସ୍ଥ୍ୟ ନିରାପ�ାଓ ପରିବେଶ ପାଇଁ ସିଆଇଆଇ ପୂର୍ବା�ଳ ଉତ୍କର୍ଷ ପୁରସ୍କାର ୨୦୨୧- ୨୨ରେ ସମ୍ମାନିତ

ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ ଖଣି ସ୍ୱାସ୍ଥ୍ୟ ନିରାପ�ାଓ ପରିବେଶ ପାଇଁ ସିଆଇଆଇ ପୂର୍ବା�ଳ ଉତ୍କର୍ଷ ପୁରସ୍କାର ୨୦୨୧- ୨୨ରେ ସମ୍ମାନିତ

ସୁକିନ୍ଦା, ଅଗଷ୍ଟ ୬, ୨୦୨୨: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ର ସୁକିନ୍ଦା କ୍ରୋମାଇଟ୍ ଖଣିକୁ କୋଲକାତାଠାରେ ଆୟୋଜିତ ୧୬ତମ ଭାରତୀୟ ଶିଳ୍ପ ମହାସଂଘର ସୁରକ୍ଷା ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ମର୍ଯ୍ୟାଦାଜନକ ‘ସ୍ୱାସ୍ଥ୍ୟ ନିରାପ�ା ଓ ପରିବେଶ (ଏସ୍‌ଏଚ୍‌ଇ) ପାଇଁ ସିଆଇଆଇ ପୂର୍ବା�ଳ ଉତ୍କର୍ଷ ପୁରସ୍କାର ୨୦୨୧-୨୨’ ରେ ସମ୍ମାନିତ କରାଯାଇଛି । ଟିଏସ୍‌ଏମ୍‌ଏଲ୍‌ର ସ୍ୱାସ୍ଥ୍ୟ, ନିରାପ�ା ଓ ପରିବେଶ ବିଭାଗ ସହକାରୀ ମହା ପ୍ରବନ୍ଧକ ଅଜୟ କୁମାର ଠାକୁର, ଉପସ୍ଥିତ ଅତିଥି ଯଥା ସିଆଇଆଇର ଅଧ୍ୟକ୍ଷ ଭି କେ ନିରାଲା ଏବଂ ସହ- ଅଧ୍ୟକ୍ଷ ସୁଦିପ୍ତ ମୁଖର୍ଜୀ, ଜେଏସ୍‌ଡବ୍ଲ୍ୟ ଗ୍ରୁପ୍‌ର ବରିଷ୍ଠ ଭାଇସ ପ୍ରେସିଡେ� ଓ ଗ୍ରୁପ୍ ସ୍ୱାସ୍ଥ୍ୟ ଓ ସୁରକ୍ଷା ହେଡ଼ ପରେଶ ଠାକୁର, ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରୋ ଭାଇସ୍‌-ଚାନ୍ସଲର ପ୍ରଫେସର ଚିରଞ୍ଜିବୀ ଭଟାଚାର୍ଜି, ଜାତୀୟ ସୁରକ୍ଷା ପରିଷଦର ମହାନିର୍ଦ୍ଦେଶକ ଲଲିତ ଗଭାନେଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ କମ୍ପାନୀର ଅନ୍ୟ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା ଏହି ପୁରସ୍କାର ପାଇ ଖୁସି ପ୍ରକାଶ କରି କହିଥିଲେ ଯେ, “ଏହି ପୁରସ୍କାର ସ୍ୱାସ୍ଥ୍ୟ ନିରାପ�ା ଓ ପରିବେଶ କ୍ଷେତ୍ରରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ନିରନ୍ତର ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିଛି । ଏହି
ପୁରସ୍କାର ପାଇ ଆମେ ସମ୍ମାନିତ ଅନୁଭବ କରୁଛୁ ଓ ଏହା ଆମକୁ ଏ ଦିଗରେ ଆହୁରି ଅଧିକ ଉନ୍ନତି ଆଣିବା ପାଇଁ ପ୍ରୋତ୍ସାହିତ କରିବ ।” ଏହି ପୁରସ୍କାର ମାଧ୍ୟମରେ ଶ୍ରେଷ୍ଠ କାର୍ଯ୍ୟପ୍ରଣାଳୀକୁ ପରିପ୍ରକାଶ କରିବା ଦ୍ୱାରା ଶିଳ୍ପାନୁଷ୍ଠାନରେ ସ୍ୱାସ୍ଥ୍ୟ ନିରାପ�ା ଓ ପରିବେଶ ପରିଚାଳାନାରେ ଉନ୍ନତ ପ୍ରଦର୍ଶନ କରିବାରେ ସହାୟତା ମିଳିବ । ଟିଏସ୍‌ଏମ୍‌ଏଲ୍ ନିଜ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ
ପରିବେଶୀୟ, ଜୈବ ବିବିଧତା, ସୁରକ୍ଷା ଏବଂ ସାମାଜିକ ଦିଗ ଭଳି କ୍ଷେତ୍ରରେ ବିଭିନ୍ନ ପଦକ୍ଷେମାନ ଗ୍ରହଣ କରୁଥିବାବେଳେ ଏହା ଆଗକୁ ମଧ୍ୟ ଜାରି ରହିବ । କାରଣ କମ୍ପାନୀ ଦୀର୍ଘସ୍ଥାୟୀ ଓ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ଏକ ବ୍ୟବସାୟିକ ଆବଶ୍ୟକତା ସହିତ ଏହାର ଦୀର୍ଘସ୍ଥାୟୀ ପ୍ରତିଦ୍ୱନ୍ଦିତାମୂଳକ ଲାଭ ରହିଛି ବୋଲି ବିଶ୍ୱାସ କରିଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *